ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି । ବୈଠକରେ ଶ୍ରୀମନ୍ଦିର ବିଭିନ୍ନ ସଂରକ୍ଷଣ କାର୍ଯ୍ୟ ସହ ଆସନ୍ତାକାଲି ହେବାକୁ ଥିବା ରତ୍ନଭଣ୍ଡାର ଗଣତି ମଣତି ସମ୍ପର୍କରେ ଆଲୋଚନା ହୋଇଛି । ଆସନ୍ତାକାଲି ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ଥିବା ରତ୍ନ ଅଳଙ୍କାର ଗଣତି ମଣତି କାର୍ଯ୍ୟ କରାଯିବ । ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ସରିସାରିଛି । ଗଣତି ମଣତି ବେଳେ ମହାପ୍ରଭୁଙ୍କ ରାହୁରେଖା, ଝୋବା ଏବଂ ସୁନାଚିତାର ଗଣତି କରାଯିବ । ସେହିପରି ରୂପାରସିକ ଏବଂ ସୁନା ଥଣ୍ଟିଆର ମଧ୍ୟ ଗଣତି ମଣତି ହେବ । ଗଣତି ମଣତି ସହିତ ସମସ୍ତ ଅଳଙ୍କାର ଥ୍ରୀଡି ସ୍କାନିଂ ମଧ୍ୟ କରାଯିବ ବୋଲି ବୈଠକରେ ସ୍ଥିର ହୋଇଛି । ଏହା ଦ୍ୱାରା ରତ୍ନଭଣ୍ଡାର ସମ୍ପତ୍ତିର ସଠିକ୍ ଡିଜିଟାଲ ରେକର୍ଡ ରହିପାରିବ । ବୈଠକରେ ମହାପ୍ରଭୁଙ୍କ ଶ୍ରୀମନ୍ଦିର ଗର୍ଭଗୃହ, ନାଟମଣ୍ଡପ ଏବଂ ଭୋଗମଣ୍ଡପର ସଂରକ୍ଷଣ ଏବଂ ମରାମତି କାର୍ଯ୍ୟ କରାଯିବା ନେଇ ବିସ୍ତୃତ ଆଲୋଚନା ହୋଇଛି । ଶ୍ରୀମନ୍ଦିର ଐତିହ୍ୟକୁ ସୁରକ୍ଷିତ ରଖିବା ପାଇଁ ଏହି କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ନିଷ୍ପତ୍ତି ନିଆଯାଇଛି । ବୈଠକରେ ମହାପ୍ରଭୁଙ୍କ ଶ୍ରୀମନ୍ଦିର ଗର୍ଭଗୃହ, ନାଟମଣ୍ଡପ ଏବଂ ଭୋଗମଣ୍ଡପର ସଂରକ୍ଷଣ ଏବଂ ମରାମତି କାର୍ଯ୍ୟ କରାଯିବା ନେଇ ବିସ୍ତୃତ ଆଲୋଚନା ହୋଇଛି । ଶ୍ରୀମନ୍ଦିର ଐତିହ୍ୟକୁ ସୁରକ୍ଷିତ ରଖିବା ପାଇଁ ଏହି କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ନିଷ୍ପତ୍ତି ନିଆଯାଇଛି । Post navigation Fake Promotion Order: ପଞ୍ଚାୟତିରାଜ ବିଭାଗ ନାଁରେ ନକଲି ପଦୋନ୍ନତି ଆଦେଶ ଭାଇରାଲ୍; ଜିଲ୍ଲାପାଳଙ୍କୁ ସତର୍କ କଲେ ସଚିବ Amartya Bhattacharyya’s ‘Lahari’ Wins Best Odia Film at 72nd National Film Awards 2024