ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ନାଁରେ ନକଲି ପଦୋନ୍ନତି ଆଦେଶ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହେବା ପରେ ବିଭାଗ ତରଫରୁ ସତର୍କ ସୂଚନା ଜାରି କରାଯାଇଛି । ବିଭାଗୀୟ ସଚିବ ସମସ୍ତ ଜିଲ୍ଲାପାଳଙ୍କୁ ଏନେଇ ସତର୍କ କରାଇଛନ୍ତି ଏବଂ ଏହି ପ୍ରକାର ଜାଲ୍ ଆଦେଶକୁ ବିଶ୍ୱାସ ନ କରିବାକୁ ପରାମର୍ଶ ଦେଇଛନ୍ତି । ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଜିପିଡିଓ ଏବଂ ପିଏ ପଦରେ ପଦୋନ୍ନତି ନାଁରେ ଏକ ନକଲି ଆଦେଶ ପ୍ରସ୍ତୁତ କରାଯାଇ ସାମାଜିକ ଗଣମାଧ୍ୟମରେ ପ୍ରସାର କରାଯାଉଛି । ବିଭାଗ ପକ୍ଷରୁ ଏହି ନକଲି ଆଦେଶକୁ ସମ୍ପୂର୍ଣ୍ଣ ଭାବେ ଖାରଜ କରାଯାଇଛି । ଏଥିସହ ଏହି ଘଟଣାର ସାଇବର ତଦନ୍ତ ଏବଂ FIR ରୁଜୁ ପାଇଁ ଗୃହ ବିଭାଗକୁ ଅବଗତ କରାଯାଇଛି । Post navigation Ayushman Bharat Card to Cover Cancer Treatment in Odisha