ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ମୟୂରଭଞ୍ଜ ଜିଲ୍ଲାରେ ଆଜି ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ । ଜିଲ୍ଲାପାଳ ଏନେଇ ଆଜି ଛୁଟି ଘୋଷଣା କରିଛନ୍ତି । ସରକାରୀ, ବେସରକାରୀ ଏବଂ ସମସ୍ତ ଉଚ୍ଚ ମାଧ୍ୟମିକ ସ୍କୁଲ ଏହି ଛୁଟି ପରିସରଭୁକ୍ତ ରହିବ । ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି ।ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ନେଇ ସତର୍କ ସୂଚନା ଜାରି କରାଯାଇଥିଲା । ଏହାଛଡ଼ା ସମସ୍ତ ସରକାରୀ ଅଧିକାରୀ ଉଚ୍ଚ କର୍ତ୍ତୃପକ୍ଷଙ୍କ ବିନା ଅନୁମତିରେ ମୁଖ୍ୟାଳୟ ନଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି । Post navigation UPSC Meeting To Pick New Odisha DGP Ends Without Decision रूस से तेल खरीदने वाले देशों पर दबाव, भारत पर 100% टैरिफ का खतरा