ଗୃହୀତ ହେଲା ବିଜେଡି ସଂସଦୀୟ ଦଳ ନେତା ପଦରୁ ସସ୍ମିତ ପାତ୍ରଙ୍କ ଇସ୍ତଫା । ସସ୍ମିତ ପାତ୍ରଙ୍କ ଇସ୍ତଫା ଗ୍ରହଣ କଲେ ବିଜେଡି ସଭାପତି ନବୀନ ପଟ୍ଟନାୟକ । ସସ୍ମିତ ପାତ୍ର ଗତକାଲି ବିଜୁ ଜନତା ଦଳର ସଂସଦୀୟ ଦଳ ନେତା ପଦରୁ ଇସ୍ତଫା ଦେଇଥିଲେ । କିନ୍ତୁ ସସ୍ମିତ ପାତ୍ର କାହିଁକି ଇସ୍ତଫା ଦେଇଛନ୍ତି ତାହା ଜଣାପଡ଼ି ନାହିଁ । ରାଜ୍ୟସଭା ନିର୍ବାଚନ ସମୟରେ ସଂତୃପ୍ତ ମିଶ୍ରଙ୍କ ପ୍ରବେଶକୁ ନେଇ କିଛି ନେତା ଅସନ୍ତୁଷ୍ଟ ଥିଲେ ବୋଲି ଚର୍ଚ୍ଚା ହେଉଛି। ସୂଚନା ଯୋଗ୍ୟ; ସସ୍ମିତ ରାଜ୍ୟସଭାକୁ ଦୁଇ ଥର ନିର୍ବାଚିତ ହୋଇଥିଲେ । ସେ ସଂସଦରେ ଅନେକ ଗୁରୁତ୍ୱପୂର୍ଣ୍ଣ କମିଟିରେ ସଦସ୍ୟ ରହିଛନ୍ତି । ଗତ ମାର୍ଚ୍ଚ ୩୦ ତାରିଖରେ ବିଜୁ ବାବୁଙ୍କ ପ୍ରତି ବିଜେପି ସାଂସଦ ନିଶିକାନ୍ତ ଦୁବେଙ୍କ ମନ୍ତବ୍ୟ ପ୍ରତିବାଦରେ ସସ୍ମିତ ପାତ୍ର ଯୋଗାଯୋଗ ଓ ସୂଚନା ପ୍ରଯୁକ୍ତି କମିଟି ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ । ଏହା ସହ ନିକଟରେ ସସ୍ମିତ ପାତ୍ର ଗତକାଲି ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶଙ୍କୁ ଭେଟିଥିଲେ । ଗତକାଲି ବିଜୁ ଜନତା ଦଳର ସଂସଦୀୟ ଦଳ ନେତା ପଦରୁ ଇସ୍ତଫା ଦେଇଥିଲେ । ସେ ତାଙ୍କର ଇସ୍ତଫା ପତ୍ର ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇ ଦେଇଥିଲେ, ଯାହା ଆଜି ଗୃହୀତ ହୋଇଛନ୍ତି । Post navigation Rain Alert Across in Odisha: ଆଜି କାଳବୈଶାଖୀ ବର୍ଷାରେ ଭିଜିବ ସାରା ଓଡ଼ିଶା; ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ OSSTET 2025 Results: ପ୍ରକାଶ ପାଇଲା ଓଏସ୍ଏସଟିଇଟି-୨୦୨୫ ପରୀକ୍ଷା ଫଳ