ଆଜି ସେବକଙ୍କ ମଧ୍ୟରେ ବିବାଦ ପାଇଁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବିଳମ୍ବରେ ଚାଲିଛି ନୀତି। ଗତକାଲି ଜ୍ୟେଷ୍ଠ ମାସ ଶୁକ୍ଳପକ୍ଷ ଏକାଦଶୀ ତିଥିରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବିବାହ ମହୋତ୍ସବ ଅନୁଷ୍ଠିତ ହେବାର ପରମ୍ପରା ରହିଥିବା ବେଳେ ସେବାୟତଙ୍କ ମଧ୍ୟରେ ବିବାଦ ଦେଖା ଦେଇଥିଲା । ଫଳରେ ୫ ଘଣ୍ଟା ବିଳମ୍ବ ହୋଇଥିଲା ଶ୍ରୀଜିଉଙ୍କ ନୀତିକାନ୍ତି। ମହାପ୍ରଭୁଙ୍କ ନୀତି ବିଳମ୍ବ ଯୋଗୁଁ ଆଜି ସକାଳେ ନୀତିକାନ୍ତି ମଙ୍ଗଳ ଆଳତି ୪ ଘଣ୍ଟା ବିଳମ୍ବରେ ଚାଲିଥିବା ଜଣାଯାଇଛି।

ଗତକାଲି ପବିତ୍ର ଏକାଦଶୀ ତିଥିରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବିବାହ ମହୋତ୍ସବ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଥିଲା। ରାତି ସମୟରେ ପୂଜାପଣ୍ଡା ଏବଂ ସିଙ୍ଗାରୀ ସେବାୟତଙ୍କ ଭିତରେ ବିବାଦ ହୋଇଥିଲା । ଫଳରେ ମହାପ୍ରଭୁଙ୍କ ବିବାହ ପାଇଁ ଆବଶ୍ୟକ ନୀତି ହୋଇ ପାରିନଥିଲା। ଆଜି ସକାଳୁ ଏହି ନୀତି କରାଯାଉଛି । ଫଳରେ ଆଜି ଦ୍ୱାଦଶୀରେ ନୀତିକାନ୍ତିରେ ବିଳମ୍ବ ହେଉଛି। ଶ୍ରୀଜିଉଙ୍କ ନୀତିରେ ବିଶୃଙ୍ଖଳା ନେଇ ଅସନ୍ତୋଷ ପ୍ରକାଶ ପାଇଛି।

Leave a Reply

Your email address will not be published. Required fields are marked *