ରାଜ୍ୟର ଗଞ୍ଜାମ, ଗଜପତି ଏବଂ କନ୍ଧମାଳ ଜିଲ୍ଲାର ସମସ୍ତ ବ୍ଲକର ପ୍ରଭାବିତ ପରିବାରଗୁଡ଼ିକ ପାଇଁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ (SRC) ପକ୍ଷରୁ ଏକ ବଡ଼ ରିଲିଫ୍ ଘୋଷଣା କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ପୂର୍ବରୁ ଘୋଷିତ ହୋଇଥିବା ପ୍ୟାକେଜ୍ ଅନୁଯାୟୀ ଏହି ସହାୟତା ପ୍ରଦାନ କରାଯିବ ବୋଲି ଏସ.ଆର୍.ସି. କାର୍ଯ୍ୟାଳୟ ପକ୍ଷରୁ ଜାରି ନିର୍ଦ୍ଦେଶନାମାରେ କୁହାଯାଇଛି।

ଏହି ନିର୍ଦ୍ଦେଶ ଅନୁଯାୟୀ, ୩ଟି ଜିଲ୍ଲାର ପ୍ରତ୍ୟେକ ପ୍ରଭାବିତ ପରିବାରକୁ ୫୦ କେଜି ଚାଉଳ ଏବଂ ଦୁଇ ହଜାର ପାଞ୍ଚ ଶହ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ମିଳିବ। ଏହାକୁ ସମ୍ପୂର୍ଣ୍ଣ ସ୍ୱଚ୍ଛତାର ସହ ବଣ୍ଟନ କରିବା ପାଇଁ ସମ୍ପୃକ୍ତ ଜିଲ୍ଲାପାଳମାନଙ୍କୁ ପ୍ରଭାବିତ ପରିବାରଗୁଡ଼ିକୁ ଶୀଘ୍ର ଚିହ୍ନଟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ବିଶେଷ ଆର୍ଥିକ ସହାୟତା ବାବଦକୁ ମିଳୁଥିବା ଦୁଇ ହଜାର ପାଞ୍ଚ ଶହ ଟଙ୍କା ସିଧାସଳଖ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଡି.ବି.ଟି ଜରିଆରେ ପଠାଇବାକୁ ଏସ.ଆର୍.ସି. କଡ଼ା ନିର୍ଦ୍ଦେଶ ଦେଇଛନ୍ତି।

ଏହାସହ ପ୍ରତିଦିନ ସନ୍ଧ୍ୟା ୫ଟା ସୁଦ୍ଧା ଚାଉଳ ଓ ଟଙ୍କା ବଣ୍ଟନର ଦୈନିକ ରିପୋର୍ଟ ଏସ.ଆର୍.ସି. କାର୍ଯ୍ୟାଳୟକୁ ପଠାଇବାକୁ ନିର୍ଦ୍ଦେଶ ରହିଛି। ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଘୋଷିତ ହୋଇଥିବା ପ୍ୟାକେଜ୍ ଅନୁଯାୟୀ ଏହି ରିଲିଫ୍ ସହାୟତାକୁ ଯଥାଶୀଘ୍ର ଏବଂ ସ୍ୱଚ୍ଛ ଭାବରେ ବଣ୍ଟନ କରିବାକୁ ପ୍ରଶାସନ ପକ୍ଷରୁ କୁହାଯାଇଛି।

Leave a Reply

Your email address will not be published. Required fields are marked *