ଆଜି ଗୃହରେ ବିଧାୟକ ମାନସ କୁମାର ଦତ୍ତ ରାସନ୍ କାର୍ଡ ସମ୍ପର୍କିତ ପ୍ରଶ୍ନ ପଚାରିଛନ୍ତି । ତାଙ୍କର ପ୍ରଶ୍ନ ଇ-କେୱାଇସି ପ୍ରକ୍ରିୟାରୁ କେତେ ଭୂତ ରାସନ କାର୍ଡ ମିଳିଛି ଏବଂ ଉକ୍ତ ପ୍ରକ୍ରିୟା କେତେ ଦିନ ଆଉ ଚାଲିବ ଓ ଅଦ୍ୟାବଧୂ କେତେ ସଂଖ୍ୟକ ହିତାଧୁକାରୀ ଇ-କେୱାଇସି କରି ସାରିଲେଣି ବାକି କେତେ ଅଛନ୍ତି ଏହାର ଏକ ବ୍ଲକ ୱାରି ତଥ୍ୟ ପ୍ରଦାନ କରିବେ କି ?

ଏହାର ଉତ୍ତର ରଖିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର । ସେ କହିଛନ୍ତି ରାଜ୍ୟରେ ଏକ ଲକ୍ଷ ୭୭ ହଜାର ୬୮ ମୃତ ହିତାଧିକାରୀ ଚିହ୍ନଟ ହୋଇଛନ୍ତି । ଇ-କେୱାଇସି ପ୍ରକ୍ରିୟାରୁ ଚିହ୍ନଟ ପରେ ମୃତ ହିତାଧିକାରୀଙ୍କ ବାବଦରେ ଜଣାପଡିଛି ।

ଏହା ସହ ରାଜ୍ୟରେ ୩ କୋଟି ୩୬ ଲକ୍ଷ ୩୫ ହଜାର ୯୧୮ଙ୍କ ମଧ୍ୟରୁ ଆଜିଯାଏଁ ୨ କୋଟି ୬୯ ଲକ୍ଷ ୨୩ ହଜାର ୮୩୦ ହିତାଧିକାରୀଙ୍କ ଇ-କେୱାଇସି ଯାଞ୍ଚ ପ୍ରକ୍ରିୟା ଶେଷ ହୋଇଛି । ଏବେ ବି ୬ ଲକ୍ଷ ୧୯ ହଜାର ୮୩୬ ନୂଆ କାର୍ଡ ପାଇଁ ଆବେଦନ କରି ଅପେକ୍ଷାରେ ଅଛନ୍ତି । ତେବେ ଭୂତ ହିତାଧିକାରୀଙ୍କ ବାବଦରେ ଜଣାପଡିବା ପରେ ପୁରା ତାଲିକାରେ ସଂଶୋଧନ କରାଯିବ । ଭୂତ ହିତାଧିକାରୀଙ୍କ ନାଁକୁ ତାଲିକାରୁ ହଟାଯାଇ ଯେତିକି ସ୍ଥାନ ଖାଲି ହେବ ସେଠାରେ ଯୋଗ୍ୟ ହିତାଧିକାରୀଙ୍କୁ ସାମିଲ କରାଯିବ ଏବଂ ସେମାନଙ୍କୁ ଯଥାଶୀଘ୍ର ରାସନ ଯୋଗାଇଦେବାର ବନ୍ଦୋବସ୍ତ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି ।

Leave a Reply

Your email address will not be published. Required fields are marked *