ଭୁବନେଶ୍ୱର: ଅଯୋଧ୍ୟାରେ ଭଗବାନ ରାମଙ୍କ ଭବ୍ୟ ମନ୍ଦିର ପ୍ରତିଷ୍ଠା ହୋଇସାରିଛି। ରାମମନ୍ଦିର ପାଇଁ ଦାନର ପରିମାଣ ମଧ୍ୟ ଦିନକୁ ଦିନ ବଢିବାରେ ଲାଗିଛି। ରାମନ୍ଦିରକୁ ଦାନ ରୂପରେ ଆସୁଥିବା ରାଶି ଗତବର୍ଷ ଅପେକ୍ଷା ଚଳିତ ବର୍ଷ ତିନିଗୁଣା ବଢିଛି। ଗତ ୩ ଦିନ ମଧ୍ୟରେ ମନ୍ଦିର ଦାନବାକ୍ସକୁ ବହୁ ପରିମାଣ ର ଟଙ୍କା ଆସି ସାରିଛି ବୋଲି ମନ୍ଦିର ଅଧିକାରୀ ସୂଚନା ଦେଇଛନ୍ତି। ସୂଚନା ଅନୁଯାୟୀ ପ୍ରଥମ ଦିନରେ ୩.୧୭ କୋଟି ଟଙ୍କା ଦାନ ମିଳିଥିଲା। ଜିଲ୍ଲା ମାଜିଷ୍ଟ୍ରେଟ ନିତୀଶ କୁମାର କହିଛନ୍ତି ଯେ ପ୍ରାଣ ପ୍ରତିଷ୍ଠା ସମାରୋହର ଦ୍ୱିତୀୟ ଦିନ ରାତି ୧୦ ଟା ପର୍ଯ୍ୟନ୍ତ ୨.୫ ଲକ୍ଷରୁ ଅଧିକ ଭକ୍ତ ମନ୍ଦିର ପରିଦର୍ଶନ କରିଛନ୍ତି। ସେ କହିଛନ୍ତି ଯେ ପ୍ରଶାସନ ସହିତ ଆଲୋଚନା ହେବା ପରେ ବ୍ୟବସ୍ଥା କରାଯାଉଛି। Post navigation ପୂର୍ବତନ ମୁଖ୍ୟମନ୍ତ୍ରୀ କର୍ପୂରୀ ଠାକୁରଙ୍କୁ ମିଳିବ ଭାରତ ରତ୍ନ ସମ୍ମାନ କର୍ତ୍ତବ୍ୟପଥରେ ଉଡ଼ିଲା ତ୍ରିରଙ୍ଗା; ଜାତୀୟ ପତାକା ଉତ୍ତୋଳନ କଲେ ରାଷ୍ଟ୍ରପତି