ଓଡ଼ିଶାରେ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ ନ୍ୟାୟ ଯାତ୍ରାର ଆଜି ତୃତୀୟ ଦିନ । ବେଲପାହାଡ଼ରେ ଜନସଭାକୁ ସମ୍ବୋଧନ କରିଛନ୍ତି ରାହୁଲ । ଝାରସୁଗୁଡ଼ା ପୁରୁଣା ବସ୍ଷ୍ଟାଣ୍ଡରୁ ଯାତ୍ରା ଆରମ୍ଭ କରିଥିଲେ ରାହୁଲ ଗାନ୍ଧୀ । ପ୍ରାୟ ଦୁଇ କିଲୋମିଟର ଯାତ୍ରା ପରେ ଜନସାଧାରଣଙ୍କୁ ସମ୍ବୋଧିତ କରିଛନ୍ତି ରାହୁଲ ଗାନ୍ଧୀ । ଏହାପରେ ୪୯ ନମ୍ବର ଜାତୀୟ ରାଜପଥ ଦେଇ ଲିଖନପୁର ବ୍ଲକ ଗୋବିନ୍ଦପୁରରେ ପହଞ୍ଚି ସେଠାରେ ବିଶ୍ରାମ ନେବେ । ଏହା ପରେ ରାହୁଲ ଗାନ୍ଧୀ ଦିଲ୍ଲୀ ଫେରିଯିବେ । ପ୍ରଧାନମନ୍ତ୍ରୀ ମୋଦି ଓବିସି ବର୍ଗର ହୋଇନଥିବା କହିଲେ ରାହୁଲ । ମୋଦି ଜେନେରାଲ କାଷ୍ଟରେ ଜନ୍ମ ଗ୍ରହଣ କରିଥିଲେ । ପରେ ଗୁଜୁରାଟ ସରକାର ତାଙ୍କୁ ଓବିସି ଅନ୍ତର୍ଭୁକ୍ତ କରିଥିଲା । ପଛୁଆବର୍ଗ ଲୋକଙ୍କୁ ଭୂଆଁ ବୁଲାଉଛନ୍ତି ପ୍ରଧାନମନ୍ତ୍ରୀ । ଓଡିଶାରେ କେନ୍ଦ୍ର ଓ ରାଜ୍ୟ ସରକାର ଚାଷୀଙ୍କୁ ଲୁଟୁଛନ୍ତି । ଓଡିଶାରେ ଯୁବପିଢିଙ୍କୁ ନିଯକ୍ତି ମିଳୁନାହିଁ । ପଟ୍ରୋଲ ଓ ଖଦ୍ୟ ସାମଗ୍ରି ଦର ବଢୁଛି ଫରକ ପଡୁନି । ଲୋକସଭାରେ ପ୍ରଧାନମନ୍ତ୍ରୀ ରଖିଥିବା ଅଭିଭାଷଣ ଉପରେ ନିଜର ମତ ରଖିବେ ରାହୁଲ ଗାନ୍ଧୀ । ସେଥିପାଇଁ ଝାରସୁଗୁଡାରେ କାର୍ଯ୍ୟକ୍ରମ ଶୀଘ୍ର ସରିଯିବ ବୋଲି ସୂଚନା ମିଳିଛି । ତେବେ ୨୦୧୯ ନିର୍ବାଚନ ପରେ ପ୍ରଥମ ଥର ପାଇଁ ଓଡିଶା ଆସିଥିବା ରାହୁଲ ଗାନ୍ଧୀ ଗତକାଲି ସିଧାସଳଖ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲେ । Post navigation ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି ଚିଟ ଫଣ୍ଡ ସଂସ୍ଥାରେ ଇଡି ଚଢ଼ାଉ