ଭୁବନେଶ୍ୱର : ଚିଟ୍‌ଫଣ୍ଡ ସଂସ୍ଥା ଉପରେ ବଡ଼ଧରଣର ଚଢ଼ାଉ । ଗୁରୁବାର ଗୋଲ୍ଡେନ୍‌ ଲ୍ୟାଣ୍ଡ ଡେଭଲପର୍ସ ପ୍ରାଇଭେଟ୍‌ ଲିମିଟେଡ୍‌ ନାମକ ଏକ ଚିଟଫଣ୍ଡ ସଂସ୍ଥା ଉପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ( ଇଡି) ପକ୍ଷରୁ ଚଢ଼ାଉ କରାଯାଇଛି। ୯୦୦ କୋଟି ଟଙ୍କା ଠକେଇ ଅଭିଯୋଗରେ ଇଡି ଏହି ଚଢ଼ାଉ କରିଥିବା ଜଣାପଡ଼ିଛି। ଓଡ଼ିଶା ସମେତ ଦେଶର ୨୦ଟି ସ୍ଥାନରେ ଇଡି ଚଢ଼ାଉ କରିଛି। ଭୁବନେଶ୍ୱର, ଦିଗପହଣ୍ଡି ସମେତ ଓଡ଼ିଶାର ୧୦ଟି ସ୍ଥାନରେ ଚଢ଼ାଉ ଚାଲିଛି।

ଲୋଭନୀୟ ସ୍କିମର ପ୍ରଲୋଭନ ଦେଖାଇ ଲୋକମାନଙ୍କୁ ଟଙ୍କା ଠକି ଥିଲା ଏହି ଚିଟଫଣ୍ଡ ସଂସ୍ଥା। ଓଡ଼ିଶାରେ ୪ଲକ୍ଷ ୭୨ ହଜାର ଆବେଦନକାରୀ ନିଜର ଟଙ୍କା ଫେରସ୍ତ ପାଇଁ ରାଜ୍ୟ ସରକାରଙ୍କ ପାଖରେ ଆବେଦନ କରିଥିଲେ।

ବ୍ରହ୍ମପୁରର ପ୍ରତିଷ୍ଠିତ ବିଲଡର ଟୁଲୁ ମଙ୍ଗରାଜ, ପୂର୍ବତନ ଜିଲ୍ଲା ପରିଷଦ ଲକ୍ଷ୍ମୀ ସାହୁ ଓ ଜମି କାରବାରରେ ସଂପୃକ୍ତ ସଞ୍ଜୟ ପାଣିଗ୍ରାହୀଙ୍କ ଘର ସହ ଗଞ୍ଜାମ ଜିଲ୍ଲାରେ ବିଭିନ୍ନ ଜାଗାରେ ଇଡି ଚଢ଼ାଉ ହୋଇଛି।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *