ପୁରୀ ଶ୍ରୀମନ୍ଦିରରେ ଆସନ୍ତାକାଲି ଶୁକ୍ରବାର ସାଧାରଣ ଦର୍ଶନ ୫ ଘଣ୍ଟା ପାଇଁ ବନ୍ଦ ରହିବ। ପବିତ୍ର ଶ୍ରୀକୃଷ୍ଣ ଜନ୍ମାଷ୍ଟମୀର ବିଶେଷ ନୀତିକାନ୍ତି ପାଇଁ ଏହି କଟକଣା ଲଗାଯାଇଛି। ଶ୍ରୀମନ୍ଦିର ପ୍ରଶାସନର ସୂଚନା ଅନୁଯାୟୀ, ଶୁକ୍ରବାର ସନ୍ଧ୍ୟା ଧୂପ ଭୋଗ ଶେଷ ହେବା ପରେ ସନ୍ଧ୍ୟା ୭ଟାରୁ ରାତି ୧୨ଟା ପର୍ଯ୍ୟନ୍ତ ସାଧାରଣ ଦର୍ଶନ ସମ୍ପୂର୍ଣ୍ଣ ସ୍ଥଗିତ ରହିବ। ଏହି ସମୟ ମଧ୍ୟରେ ଶ୍ରୀମନ୍ଦିରର ପାରମ୍ପରିକ ନୀତିକାନ୍ତି ଅନୁସାରେ ମହାପ୍ରଭୁଙ୍କ ‘କୃଷ୍ଣ ଜନ୍ମ ନୀତି’ ସମ୍ପାଦିତ ହେବ। ଶ୍ରୀମନ୍ଦିର ପ୍ରଶାସନ ନିଜର ସୋସିଆଲ ମିଡିଆ ଜରିଆରେ ଭକ୍ତମାନଙ୍କୁ ଏହି ସୂଚନା ଦେଇଛନ୍ତି। Post navigation Raghav Chadha’s Name Deleted From Punjab Voter List Assistant Drugs Controller Nabbed by Vigilance:୬ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ ଯାଜପୁର ସହକାରୀ ଡ୍ରଗ୍ସ କଣ୍ଟ୍ରୋଲର