ଶାସକ ବିଜୁ ଜନତା ଦଳକୁ ଲାଗିଛି ଏକ ଶକ୍ତ ଝଟକା । ପୂର୍ବତନ ଭୁବନେଶ୍ୱର ଉତ୍ତର ବିଧାୟକ ପ୍ରିୟଦର୍ଶୀ ମିଶ୍ର ଓ ପୂର୍ବତନ କୋରେଇ ବିଧାୟକ ଆକାଶ ଦାସ ନାୟକ ଆଜି ଦଳ ପରିତ୍ୟାଗ କରିଛନ୍ତି ।

ପ୍ରିୟଦର୍ଶୀ ମିଶ୍ର ଆଜି ବିଧିବଦ୍ଧ ଭାବେ ବିଜେପିରେ ଯୋଗ ଦେଇଛନ୍ତି । ଭୁବନେଶ୍ୱର ଲୋକସଭା ଓ ବିଧାନସଭା ନିର୍ବାଚନ ମଣ୍ଡଳୀ ଗୁଡ଼ିକରେ ବିଜେଡି ପାଇଁ ବହୁତ କ୍ଷତିକାରକ ହୋଇପାରେ । ପ୍ରିୟଦର୍ଶୀ ୨୦୧୪ ରୁ ୨୦୧୯ ପର୍ଯ୍ୟନ୍ତ ଭୁବନେଶ୍ୱର ଉତ୍ତରରୁ ବିଧାୟକ ଥିଲେ । ୨୦୧୯ରେ ଦଳ ତାଙ୍କୁ ପ୍ରାର୍ଥୀ କରି ନଥିଲା ।

ଆକାଶ ଦାସ ନାୟକ ମଧ୍ୟ ଖୁବ ଶୀଘ୍ର ବିଜେପିରେ ଯୋଗ ଦେବେ ବୋଲି ଜଣାପଡ଼ିଛି ।

ଇତିମଧ୍ୟରେ ପୂର୍ବତନ ଜଗତସିଂପୁର ବିଧାୟକ ଚିରଞ୍ଜୀବ ବିଶ୍ୱାଳ କଂଗ୍ରେସ ଛାଡ଼ିଛନ୍ତି । ସେ ବିଜେଡିରେ ଯୋଗ ଦେବେ ବୋଲି ଖବର ମିଳିଛି ।

By Nirvay

Leave a Reply

Your email address will not be published. Required fields are marked *