ବୋଲଗଡ଼ ବଡ଼କୁମାରୀରେ ଭୋଟିଂ ବେଳେ ଉତ୍ତେଜନା । ପ୍ରଶାନ୍ତ ଜଗଦ୍ଦେବ ଭୋଟ୍‌ ଦେବାକୁ ଗଲା ବେଳେ ଅଟକାଇଥିଲେ କିଛି ଯୁବକ। ଯୁବକଙ୍କ କଥା ନମନିବାରୁ ପ୍ରଶାନ୍ତ ଜଗଦ୍ଦେବଙ୍କ ସହ ବଚସା କରିବା ସହ ଚିହିଙ୍କି ଆସିଥିଲେ ଯୁବକମାନେ, ଯାହାକୁ ନେଇ ବୁଥ୍‌ରେ ଉଭୟ ପକ୍ଷ ମଧ୍ୟରେ ଉତ୍ତେଜନା ଦେଖାଯିବା ସହ ଇଭିଏମ ଟେବୁଲ ଭାଙ୍ଗି ଯାଇଥିବା ଅଭିଯୋଗ ହୋଇଛି।

ତେବେ କୌଣସି କାରଣରୁ EVM ତଳେ ପଡ଼ିଯିବାରୁ ପ୍ରଶାନ୍ତଙ୍କୁ ଅଟକ ରଖିଥିଲା ପୋଲିସ। ତେବେ ଉତ୍ତେଜନା ବୃଦ୍ଧି ପାଇବାରୁ ପ୍ରଶାନ୍ତଙ୍କୁ ସେଠାରୁ ଅନ୍ୟତ୍ର ନେଇଯାଇଥିଲା ପୋଲିସ।

ତେବେ ସରକାରୀ ଦଳର ଗୁଣଗାନ କରୁଥିବା ଏକ ଚ୍ୟାନେଲ EVM ପ୍ରଶାନ୍ତ ଜଗଦ୍ଦେବ ଭାଙ୍ଗିଥିବା ଦାବି କରିବା ସହ ତାକୁ ନେଇ ବିଜେଡି ପ୍ରତିନିଧି ଦଳ ନିର୍ବାଚନ ଅଧିକାରୀଙ୍କୁ ଭେଟିଥିଲେ । CCTV ଫୁଟେଜ ଦେଖାଇବା ପାଇଁ ପ୍ରଶାନ୍ତ ଜଗଦ୍ଦେବ ଦାବି କରିଛନ୍ତି।

ଏହାକୁ ନେଇ ବୋଲଗଡ଼ ଥାନା ସମ୍ମୁଖରେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଧାରଣା ଦେଇଛନ୍ତି। କାଉଁରିପାଟଣା ବୁଥର ସିସିଟିଭି ଯାଞ୍ଚ ଦାବିରେ ଜଗଦ୍ଦେବଙ୍କ ଧାରଣା ଜାରି ରହିଛି ।

By Nirvay

Leave a Reply

Your email address will not be published. Required fields are marked *