ବ୍ୟାଡମିଣ୍ଟନ ବିଶ୍ୱ ମହାସଂଘ (ବିଡବ୍ଲ୍ୟୁଏଫ୍) ଡୋପିଂ ନିରୋଧୀ ନିୟମ ଉଲ୍ଲଂଘନ କରିଥିବାରୁ ପାରା-ବ୍ୟାଡମିଣ୍ଟନ ଖେଳାଳୀ ପ୍ରମୋଦ ଭଗତଙ୍କୁ ୧୮ ମାସ ପାଇଁ ନିଲମ୍ବିତ କରିଛି। ଫଳରେ ଭଗତ ଆଗାମୀ ପ୍ୟାରିସ୍ ପାରା ଅଲିମ୍ପିକ୍ କ୍ରୀଡ଼ାରୁ ବଞ୍ଚିତ ହେବେ।

ନିଲମ୍ବିତ ହେବା ପରେ ପ୍ରମୋଦ କହିଛନ୍ତି, ପ୍ୟାରିସ୍ ୨୦୨୪ ପାରା ଅଲିମ୍ପିକ୍ କ୍ରୀଡ଼ାରେ ଭାଗ ନେବାରୁ ମୋତେ ନିଲମ୍ବିତ କରିବା ପାଇଁ କ୍ରୀଡ଼ା ଆର୍ବିଟ୍ରେସନ୍ କୋର୍ଟ (ସିଏଏସ୍) ଏବଂ ବ୍ୟାଡ୍ ମିଣ୍ଟନ୍ ବିଶ୍ୱ ମହାସଂଘ (ବିଡବ୍ଲ୍ୟୁଏଫ୍)ର ନିଷ୍ପତ୍ତିରେ ମୁଁ ଦୁଃଖିତ। ମୁଁ ସ୍ପଷ୍ଟ କରିବାକୁ ଚାହୁଁଛି ଯେ ୧୨ ମାସ ମଧ୍ୟରେ ତିନୋଟି ସ୍ଥାନରେ ବିଫଳତା କାରଣରୁ ନିଲମ୍ବନ କରାଯାଇଛି। ବିଶେଷକରି ଶେଷଟି କୌଣସି ଉଦ୍ଦେଶ୍ୟମୂଳକ ଭୁଲ ନୁହେଁ ବରଂ ବୈଷୟିକ ତ୍ରୁଟିର ପରିଣାମ।

ଏହି ବିଫଳତାର କାରଣ ବୈଷୟିକ ସମସ୍ୟା ଦର୍ଶାଇ ମୁଁ ଏବଂ ମୋ ଟିମ୍ ଏହି ନିଷ୍ପତ୍ତି ବିରୋଧରେ ଆବେଦନ କରିବାକୁ ସକ୍ରିୟ ଅଛୁ । ଦୁର୍ଭାଗ୍ୟବଶତଃ, ଆମର ପ୍ରୟାସ ସତ୍ତ୍ୱେ ଆମେ ଆଗାମୀ ମ୍ୟାଚ ପୂର୍ବରୁ ଏହି ସମସ୍ୟାର ସମାଧାନ କରିବାରେ ସକ୍ଷମ ହୋଇନାହୁଁ। ଆମେ ୱାଡା, ସିଏଏସକୁ ସମ୍ମାନ କରୁଛୁ ଏବଂ ଏହାକୁ ପାଳନ କରିବୁ। କିନ୍ତୁ ଜଣେ ଆଥଲେଟ୍ ଭାବରେ ଏହା ମୋ ପାଇଁ ଏକ ଚ୍ୟାଲେଞ୍ଜିଂ ଏବଂ ଭାବପ୍ରବଣ ସମୟ ଥିଲା। ଶେଷରେ ଭଗତ ତାଙ୍କ ପ୍ରଶଂସକ, ପରିବାର ଏବଂ ବ୍ୟାଡମିଣ୍ଟନ ସମୁଦାୟଙ୍କୁ ସମର୍ଥନ ପାଇଁ ଧନ୍ୟବାଦ ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *