ବ୍ରହ୍ମପୁର ଲୋକ ସଭା ଆସନରୁ ଜିତିବା ପରେ ପ୍ରତିକ୍ରିୟା ଦେଇଛନ୍ତି ପ୍ରଦୀପ ପାଣିଗ୍ରାହୀ। ସେ କହିଛନ୍ତି, ମିଶନ ଓଭର, ଚାପ୍ଟର କ୍ଲୋଜ । ସୁନାମୀ ଆସିଛି, ପରିବର୍ତ୍ତନ ହୋଇଛି। ଏଠାରେ ଜନତାଙ୍କ ସରକାର, ଲୋକଙ୍କ ସରକାର ହେବ। ବିଜେଡିରେ ନେତା, ନିୟତ ଠିକ୍ ନଥିଲା । ଓଡ଼ିଶାବାସୀ, ପୂରା ଭାରତବାସୀଙ୍କୁ ଚକିତ କରିଛନ୍ତି। ଜନତା ହିଁ ଜନାର୍ଦ୍ଦନ ତାହା ନିର୍ବାଚନ ଫଳାଫଳରୁ ସ୍ପଷ୍ଟ ହୋଇଛି ।

ଠିକ ସମୟରେ ଠିକ ନିଷ୍ପତ୍ତି ନେଇ ଓଡ଼ିଶାବାସୀ ଜଣାଇ ଦେଇଛନ୍ତି। ଲେଖା ଛିଡ଼ିଲା, କ୍ରୀତଦାସରୁ ଓଡ଼ିଶାବାସୀ ମୁକ୍ତି ପାଇଲେ। ’ଯେଉଁଠି ନୀତି ନାହିଁ, ନେତା ଠିକ ନାହାନ୍ତି, ସେ ଦଳ ତିଷ୍ଠିବନି। ମୁଁ ପ୍ରତିଶୋଧ ପରାୟଣ ରାଜନୀତିରେ ବିଶ୍ବାସ କରେନି। ସମସ୍ତଙ୍କ ସହ ମିଳିମିଶି ରାଜ୍ୟର ସମୃଦ୍ଧି ପାଇଁ କାମ କରିବା।

Leave a Reply

Your email address will not be published. Required fields are marked *