ପୁରୀ ଜିଲ୍ଲାରେ ବାର୍ଡ ଫ୍ଲୁ ସଂକ୍ରମଣ ବଢ଼ିବାରେ ଲାଗିଛି। ତେଣୁ ବାର୍ଡ ଫ୍ଲୁ ସଂକ୍ରମିତ ଅଞ୍ଚଳରେ ୩ ମାସ କୁକୁଡ଼ା ଚାଷ ବନ୍ଦ ରଖିବାକୁ ପୁରୀ ପ୍ରଶାସନ କଟକଣା ଲଗାଇଛି। ପିପିଲି, ଡେଲାଙ୍ଗ, ନିମାପଡ଼ା ଓ ସତ୍ୟବାଦୀରେ଼ କୁକୁଡ଼ା ଚାଷ ବନ୍ଦ ରଖିବା ପାଇଁ କୁହାଯାଇଛି। ସଂକ୍ରମିତ ଅଞ୍ଚଳର ୧ କିମି ଭିତରେ କୁକୁଡ଼ା ଚାଷ ନହେବା ଉପରେ କଟକଣା ଲାଗିଛି। ଏତ୍‌ବ୍ୟତିତ ୧-୧୦ କିମି ବ୍ୟାସାର୍ଦ୍ଧରେ କୁକୁଡ଼ା ବାହାରକୁ ନପଠାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହ ଚାଷୀମାନେ ୧୫ ଦିନରେ ଥରେ କୁକୁଡ଼ାର ନମୁନା ପରୀକ୍ଷା କରିବେ। ବାର୍ଡ ଫ୍ଲୁ ନେଇ ଚାଷୀ ବ୍ୟାପକ କ୍ଷତି ସହିଥିବା ବେଳେ ଏବେ ପୁଣି ୩ ମାସ କୁକୁଡ଼ା ଚାଷ ବନ୍ଦ ନେଇ ଚିନ୍ତାରେ ପଡ଼ିଛନ୍ତି।

Leave a Reply

Your email address will not be published. Required fields are marked *