ବିଜେପି କେନ୍ଦ୍ରୀୟ ନେତୃତ୍ବଙ୍କ ଟାର୍ଗେଟରେ ଓଡ଼ିଶା । ନିର୍ବାଚନ ଯେତେ ପାଖେଇ ଆସୁଛି ନିର୍ବାଚନ ବିଜେପି କେନ୍ଦ୍ର ନେତାଙ୍କ ଓଡ଼ିଶା ଘନଘନ ଗସ୍ତ ରାଜନୀତିକୁ ଆହୁରି ସରଗରମ କରୁଛି ।

ନିର୍ବାଚନ ପ୍ରଚାର ମଧ୍ୟରେ ପୁଣି ଓଡ଼ିଶା ଆସୁଛନ୍ତି ମୋଦି। ପୁରୀ ବଡ ଦାଣ୍ଡରେ କରିବେ ବିଶାଳ ରୋଡ୍‌ ଶୋ” । ୨୦ ତାରିଖରେ ପୁରୀରେ ରୋଡ୍‌ ଶୋ’ ଏବଂ କଟକ ଓ ଅନୁଗୁଳରେ ଜନସଭାକୁ ସମ୍ବୋଧନ କରିବେ ମୋଦି ।

ଚଳିତ ନିର୍ବାଚନରେ ତୃତୀୟ ଥର ପାଇଁ ପ୍ରଚାର କରିବାକୁ ଆସନ୍ତା ୨୦ ତାରିଖରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୨୦ ତାରିଖରେ ପୁରୀରେ ରୋଡ୍‌ ଶୋ’ ଏବଂ କଟକ ଓ ଅନୁଗୁଳରେ ଜନସଭାକୁ ସମ୍ବୋଧନ କରିବେ ମୋଦି । ଆସନ୍ତା ୨୦ ତାରିଖରେ ଦେଶରେ ପଞ୍ଚମ ତଥା ଆମ ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ଭୋଟ୍ ନିଆଯିବ । ଆଉ ୨୫ ତାରିଖରେ ଦେଶରେ ଷଷ୍ଠ ଓ ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ ହେବ । ଏହାକୁ ନଜରରେ ରଖି ଓଡ଼ିଶାରେ ପ୍ରଚାର ପାଇଁ ପ୍ଲାନ୍ କରିଛନ୍ତି ମୋଦି ।

ମେ ୨୦ ତାରିଖରେ ପ୍ରଧାନମନ୍ତ୍ରୀ ପୁରୀରେ ପହଞ୍ଚି ପ୍ରଥମେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବେ । ତାପରେ ପୁରୀ ସହରରେ କରିବେ ରୋଡ୍ ଶୋ’ । ସେହିଦିନ ଅନୁଗୁଳ ଓ କଟକରେ ବିଜୟ ସଂକଳ୍ପ ସମାବେଶରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ମାଗିବେ ଭୋଟ୍ ।

Leave a Reply

Your email address will not be published. Required fields are marked *