ଆଜି ଅପରାହ୍ନରେ ପ୍ରଚାର ପାଇଁ ପଦ୍ମପୁରରେ ପହଞ୍ଚିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା।ଏଠାରେ ଜନସଭାରେ ଉଦବୋଧନ ଦେଇ ନବୀନଙ୍କୁ ଟାର୍ଗେଟ କରିଛନ୍ତି ନଡ୍ଡା। କହିଲେ ଓଡ଼ିଶାକୁ ଓଡ଼ିଆ ଅସ୍ମିତା ଜାଣିଥିବା ମୁଖ୍ୟମନ୍ତ୍ରୀ ଦରକାର । ଓଡ଼ିଶା ଲୋକ ଜଣେ ମୁଖ୍ୟମନ୍ତ୍ରୀ ଖୋଜୁଛନ୍ତି ଯିଏକି ଯୁବକ, ଓଡ଼ିଶାର ହୋଇଥିବେ ଓ ଓଡ଼ିଆ କହି ପାରୁଥିବେ,ଯିଏ ପ୍ରତିଦିନ ପ୍ରଶାସନ ତଦାରଖ କରିପାରୁଥିବେ ବି। ଏହା ଓଡ଼ିଶାର ସ୍ୱାଭିମାନର କଥା ବୋଲି କହିଛନ୍ତି ଜେପି ନଡ୍ଡା । ସେହିପରି ରତ୍ନ ଭଣ୍ଡାରରେ ଚାବି ହଜିଛି, ସେ ଚାବି କୁଆଡ଼େ ଗଲା ବୋଲି ପ୍ରଶ୍ନ କରିଛନ୍ତି ନଡ୍ଡା । ରତ୍ନ ଭଣ୍ଡାର ଚାବି ମିଳିବାର ଅଛି ତ ବିଜେପିକୁ ଭୋଟ ଦିଅନ୍ତୁ । ଓଡ଼ିଶା ଉପରେ ବହୁତ ଅତ୍ୟାଚାର ହେଲାଣି । ଆଉ ଅତ୍ୟାଚାର ସହିବାନି, ବିଜେପିକୁ ଶାସନକୁ ଆଣିବା ବୋଲି କହିଛନ୍ତି ନଡ୍ଡା ।

By Nirvay

Leave a Reply

Your email address will not be published. Required fields are marked *