ନିଜକୁ ଅସୁରକ୍ଷିତ ମଣୁଛନ୍ତି ବ୍ରହ୍ମପୁରର ବିଜେପି ଲୋକସଭା ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖି ସୁରକ୍ଷା ମାଗିଛନ୍ତି। ସେ ଚିଠିରେ ଉଲ୍ଲେଖ କରିଛନ୍ତି ମ‌ୋ ଜୀବନ ପ୍ରତି ବିପଦ ରହିଛି। ମୁଁ ନିଜକୁ ଅସୁରକ୍ଷିତ ମଣୁଛି। ମତେ ସୁରକ୍ଷା ଯୋଗାଇ ଦିଅନ୍ତୁ। ଗଞ୍ଜାମରେ ନିର୍ବାଚନୀ ସମୟରେ ହିଂସା ଦିନକୁ ଦିନ ବଢିବାରେ ଲାଗିଛି। ଏଭଳି ସମୟରେ ପ୍ରଦୀପ ନିଜକୁ ଅସୁରକ୍ଷିତ ମଣୁଥିବା ଚିଠିରେ ଉଲ୍ଲେଖ କରିଛନ୍ତି। ତେବେ ଏଥିରୁ ସ୍ପଷ୍ଟ ଯେ ରାଜ୍ୟ ପୋଲିସ ବା ସୁରକ୍ଷା ବ୍ୟବସ୍ଥା ଉପରେ ତାଙ୍କ ଭରସା ପାଉନି।

ସୂଚନା ଯୋଗ୍ୟ ଯେ, ପ୍ରଥମ ପର୍ଯ୍ୟାୟ ନିର୍ବାଚନ ସମୟରେ ବ୍ରହ୍ମପୁରର ବିଜେପି ଲୋକସଭା ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କୁ ଓ ସ୍ୱାଧୀନ ପ୍ରାର୍ଥୀ ଶିବଶଙ୍କର ଦାସ ହାତାହାତି ହୋଇଥିଲେ। ଏଥିରେ ପ୍ରଦୀପ ପାଣିଗ୍ରାହୀ ଆହତ ହୋଇଥିବା ବେଳେ ସ୍ୱାଧୀନ ପ୍ରାର୍ଥୀ ଶିବଶଙ୍କର ଦାସ ଗିରଫ ହୋଇଛନ୍ତି । ବ୍ରହ୍ମପୁର ବିଧାନସଭା ଆସନର ସ୍ୱାଧୀନ ପ୍ରାର୍ଥୀ ଶିବଶଙ୍କର ଦାସ ପ୍ରଦୀପଙ୍କୁ ଆକ୍ରମଣ କରିଥିବା ନେଇ ଅଭିଯୋଗ ହୋଇଥିଲା । ପ୍ରଦୀପଙ୍କ ବେକ ଓ ଛାତିରେ ଆଘାତ ଲାଗିଥିବା ଅଭିଯୋଗ ହୋଇଥିଲା । ସେ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି ହୋଇଥିଲେ।

By Nirvay

Leave a Reply

Your email address will not be published. Required fields are marked *