ନୂଆଦିଲ୍ଲୀ: ପିଏମ୍ ଜନମନ ଯୋଜନାରେ ମିଳିବ ପ୍ରଥମ କିସ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିସି ରହି ଡିବିଟି ମାଧ୍ୟମରେ ହିତାଧିକାରୀଙ୍କୁ ଟଙ୍କା ପଠାଇବେ । ସୋମବାର ବ୍ୟାଙ୍କ ଖାତାକୁ ଟଙ୍କା ଟ୍ରାନ୍ସଫର ହେବ । ପ୍ରଧାନମନ୍ତ୍ରୀ ଜନଜାତି ଆଦିବାସୀ ନ୍ୟାୟ ମହାଅଭିଯାନରେ ପ୍ରାୟ ୧ଲକ୍ଷ ହିତାଧିକାରୀଙ୍କୁ ଆବାସ-ଗ୍ରାମୀଣରେ ପ୍ରଥମ କିସ୍ତି ମିଳିବ । ଏଥିପାଇଁ ୫୪୦ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ଲାଭାର୍ଥୀଙ୍କ ସହିତ ମତ ବିନିମୟ ମଧ୍ୟ କରିବେ ।

ଗତବର୍ଷ ନଭେମ୍ବର ୧୫ ତାରିଖରେ ଜନଜାତୀୟ ଗୌରବ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ମୋଦି ସମାଜର ନିମ୍ନ ସ୍ତରରେ ଥିବା ଲୋକମାନଙ୍କୁ ସଶକ୍ତ କରିବା ଉଦ୍ଦେଶ୍ୟରେ ପିଏମ୍‌-ଜନମନ ଯୋଜନାର ଶୁଭାରମ୍ଭ କରିଥିଲେ । ସେ କହିଥିଲେ ପିଏମ୍‌-ଜନମନ ଯୋଜନା ଅଧୀନରେ ସରକାର ଆଦିବାସୀ ସମୂହ ଓ ଆଦିମ ଜନଜାତିଙ୍କ ପାଖରେ ପହଞ୍ଚିବେ ।

 

 

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *