ଲୋକସଭାର ମୌସୁମୀ ଅଧିବେଶନ ଆନୁଷ୍ଠାନିକ ଭାବେ ଶେଷ ହୋଇଛି। ଅଧିବେଶନର ଶେଷ ଦିନରେ ବିରୋଧୀ ଦଳଗୁଡ଼ିକର ପ୍ରବଳ ହଟ୍ଟଗୋଳ ଓ ହଙ୍ଗାମା ଦେଖିବାକୁ ମିଳିଥିଲା, ଯାହାଫଳରେ ଗୃହର କାର୍ଯ୍ୟକାଳ ସ୍ୱାଭାବିକ ଭାବେ ଚାଲିପାରି ନଥିଲା। ଶେଷରେ ଜାତୀୟ ଗୀତ ‘ବନ୍ଦେ ମାତରମ’ ଗାନ କରାଯିବା ପରେ ବାଚସ୍ପତି ଲୋକସଭାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରିଛନ୍ତି ।

ଚଳିତବର୍ଷ ଦେଶରେ ଘଟିଥିବା ପରୀକ୍ଷା ପେପର ଲିକ୍ ମହାବିବାଦକୁ ନେଇ ଗୃହରେ ପ୍ରବଳ ତର୍କବିତର୍କ ଏବଂ ହଟ୍ଟଗୋଳ ଦେଖିବାକୁ ମିଳିଥିଲା। ବିରୋଧୀ ଦଳଗୁଡ଼ିକ ଏହି ପ୍ରସଙ୍ଗରେ ସରକାରଙ୍କୁ ଘେରିବା ସହ ତୀବ୍ର ସମାଲୋଚନା କରିଥିଲେ। ଗତ କିଛି ସପ୍ତାହ ଧରି ଚାଲିଥିବା ତୀବ୍ର ରାଜନୈତିକ ବିତର୍କ, ବାଦ-ବିବାଦ ଏବଂ ବିଭିନ୍ନ ପ୍ରସଙ୍ଗରେ ହଟ୍ଟଗୋଳ ପରେ ଏହି ମୌସୁମୀ ଅଧିବେଶନର ସମାପ୍ତି ଘଟିଛି।

Leave a Reply

Your email address will not be published. Required fields are marked *