କାର୍‌ରୁ ମିଳିଲା ୫୫ ଲକ୍ଷ ଟଙ୍କା

କାର୍‌ରୁ ମିଳିଛି ଲକ୍ଷାଧିକ ଟଙ୍କା। ସୁବର୍ଣ୍ଣପୁର ଜିଲା ବିନିକା କଲେଜ ଛକରେ ଗାଡ଼ି ଚେକିଂ ବେଳେ ଏକ କାର୍‌ରୁ ୫୫ ଲକ୍ଷ ଟଙ୍କା ଜବତ କରିଛି ପୋଲିସ। ଉକ୍ତ ଗାଡ଼ିରେ କାର୍‌ ଡ୍ରାଇଭରଙ୍କ ସମେତ ୬ ଜଣ ଥିଲେ। କାର୍‌ଟି ଆନ୍ଧ୍ରପ୍ରଦେଶର…

ବିଜେପି ଛାଡିଲେ ବରିଷ୍ଠ ନେତା ରଘୁନାଥ ମହାନ୍ତି

ଭୁବନେଶ୍ୱର: ବରିଷ୍ଠ ନେତା ରଘୁନାଥ ମହାନ୍ତି ବର୍ତ୍ତମାନ ବିଜେପି ଛାଡ଼ିବା ଖବର ସାମ୍ନାକୁ ଆସିଛି । ଇସ୍ତଫା ପତ୍ର ରାଜ୍ୟ ସଭାପତିଙ୍କ ନିକଟକୁ ପଠାଇଛନ୍ତି ବୋଲି କହିଲେ । ରଘୁନାଥ ବସ୍ତା ବିଧାନସଭା କ୍ଷେତ୍ରରୁ ୫ଥର ପ୍ରତିନିଧିତ୍ୱ କରିଥିଲେ । ସରକାରୀ…

ଓଡ଼ିଆ ଅସ୍ମିତା ପ୍ରସଙ୍ଗ ଉଠାଇଲେ ସାଂସଦ ଭର୍ତ୍ତୃହରି ମହତାବ

ଆଜି ବିଜେପିର ପ୍ରତିଷ୍ଠା ଦିବସ ପାଳନ ଅବସରରେ ଭାଷାକୁ ନେଇ ତେର୍ଚ୍ଛା ବାଣ ମାରିଛନ୍ତି ଭର୍ତ୍ତୃହରି। ସେ କହିଛନ୍ତି, ଓଡ଼ିଆ ଭାଷାକୁ ନେଇ ଆମେ ଗର୍ବ ଅନୁଭବ କରିବା। ହେଲେ ରୋମାନ ଲିପିରେ ଲିଖିତ ଓଡିଆ ଭାଷଣ ପଢିଲେ ତାହା ଦ୍ୱାରା…

ଅଂଶୁଘାତ ମୁକାବିଲା ପାଇଁ ସରକାର ପ୍ରସ୍ତୁତ

ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁଁ କଲବଲ ହେଉଛନ୍ତି ରାଜ୍ୟବାସୀ। ସକାଳୁ ସକାଳୁ ତତଲା ପବନ ଯୋଗୁ ଘରୁ ବାହାରିବା କଷ୍ଟକର ହୋଇ ପଡ଼ୁଛି। ଏପରି ସ୍ଥିତିରେ ରାଜ୍ୟରେ ବଢିଛି ଅଂଶୁଘାତ ଆଶଙ୍କା। ତେବେ ଏହାର ମୁକାବିଲା ନିମନ୍ତେ ସରକାର ପ୍ରସ୍ତୁତ ଥିବା…

ଏନ୍‌ଟିପିସି ପ୍ଲାଣ୍ଟରେ ଭୟାଭୟ ଅଗ୍ନିକାଣ୍ଡ

ଅନୁଗୁଳ ଜିଲା କଣିହାଁ ସ୍ଥିତ ଏନ୍‌ଟିପିସି କନ୍‌ଭର ଲାଇନ୍‌ରେ ଆଜି ଭୟାଭୟ ଅଗ୍ନିକାଣ୍ଡ ଘଟିଛି। ଖବର ପାଇ ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାରେ ଲାଗିଛନ୍ତି। ହେଲେ କେଉଁ କାରଣରୁ ନିଆଁ ଲାଗିଛି ତାହା ଜଣାପଡ଼ି ନାହିଁ।

ବିଜେପିରେ ଯୋଗ ଦେଲେ ପୋଲସରାର ଅଗ୍ନିକନ୍ୟା ଆରତୀ ଦେବୀ

ଭୁବନେଶ୍ୱର: ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଦିନବ୍ୟାପୀ ମିଶ୍ରଣ ପର୍ବ ଜାରୀ ରହିଥିଲା । ଆଜି ସନ୍ଧ୍ୟାରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ପୋଲସରା ନିର୍ବାଚନ ମଣ୍ଡଳୀର ବରିଷ୍ଠ ବିଜେଡି ନେତ୍ରୀ ତଥା କନ୍ଧମାଳ ଲୋକସଭା ସଂସଦୀୟ କ୍ଷେତ୍ରରେ ପର୍ଯ୍ୟବେକ୍ଷକ ସୁଶ୍ରୀ ଆରତୀ ଦେବୀ…

ଆସିଲା ବିଜେଡିର ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା

ବିଜେଡି ତରଫରୁ ୨୦୨୪ ନିର୍ବାଚନ ପାଇଁ ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି । ଏହି କ୍ରମରେ ଦଳ ଏଥର ୯ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ରେଙ୍ଗାଲି- ସୁଦର୍ଶନ ହରିପାଲ ରାଉରକେଲା- ସାରଦା…

ବିଜେପିର ମିଶ୍ରଣ ପର୍ବ: ମିଶିଲେ ରଜତ ଚୌଧୁରୀ, ବିଶ୍ୱଭୂଷଣ ଦାସ

ନିର୍ବାଚନ ପୂର୍ବରୁ ଲାଗି ରହିଛି ଇସ୍ତଫା ଏବଂ ମିଶ୍ରଣ ପର୍ବ। ଶୁକ୍ରବାର ଦିନ ବିଜେପିର ମିଶ୍ରଣ ପର୍ବରେ ଶାମିଲ ହୋଇଛନ୍ତି କଂଗ୍ରେସର ପୂର୍ବତନ ଯୁବ ନେତା ରଜତ ଚୌଧୁରୀ ଏବଂ ବିଶ୍ଵଭୂଷଣ ଦାସ ଓ ବିଜେଡିରୁ ଆସିଥିବା ଅମରେନ୍ଦ୍ର ଦାସ। ପୂର୍ବତନ…

ଗୋରୁ ବୋଝେଇ କଣ୍ଟେନର ଜବତ

ତେଲକୋଇ: କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅଧୀନ ୪୯ନଂ ଜାତୀୟ ରାଜପଥ ଜନସନପୁର ଟୋଲ ଗେଟ ପାଖରୁ ତେଲକୋଇ ପୁଲିସ ଦ୍ୱାରା ଦୁଇଟି ବେଆଇନ ଗୋରୁ ବୋଝେଇ ୧୬ଚକିଆ ଟ୍ରକ ଜବତ କରାଯାଇଛି। ଏଥିରେ ସଂପୃକ୍ତ ଦୁଇ ଜଣଙ୍କୁ ପୁଲିସ ଗିରଫ…

ଓଡ଼ିଶାର ୧୪ ଜିଲ୍ଲାକୁ ହିଟ୍ ୱେଭ୍ ୱାର୍ଣ୍ଣିଂ

ଭୁୁବନେଶ୍ୱର: ଖୋର୍ଦ୍ଧା, କଟକ, ବୌଦ୍ଧ, ମାଲକାନଗିରି, କେନ୍ଦୁଝର, ନୟାଗଡ଼, ଅନୁଗୁଳ, ବଲାଙ୍ଗିର, କନ୍ଧମାଳ, ବାଲେଶ୍ବରକୁ ହିଟ୍ ୱେଭ୍ ୱାର୍ଣ୍ଣିଂ ଜାରି କରାଯାଇଛି। ଆଜି ରାଜଧାନୀ ଭୁବନେଶ୍ୱରର ତାପମାତ୍ରା ୪୪ ଡିଗ୍ରୀ ଟପିଛି । ସର୍ବାଧିକ ତାପମାତ୍ରା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ…