Chandbali minor girl’s rape-murder case: ୨୭ ତାରିଖରେ ଭକ୍ତଙ୍କ ନେତୃତ୍ୱରେ ଚାନ୍ଦବାଲି ଗସ୍ତ କରିବେ ପିସିସି ପ୍ରତିନିଧି ଦଳ

ଭଦ୍ରକ ଜିଲ୍ଲା ଚାନ୍ଦବାଲି ଠାରେ ଜଣେ ନାବାଳିକା ଦିବ୍ୟାଙ୍ଗ‌ଙ୍କୁ ଦୁଷ୍କର୍ମ ଓ ହତ୍ୟା ପରି ଏକ ଅତ୍ୟନ୍ତ ଅଭାବନୀୟ ଘଟଣା ଘଟିଯାଇଛି। ରାଜ୍ୟରେ କ୍ରମବଦ୍ଧିଷ୍ଣୁ ନାରୀ ନିର୍ଯାତନାର ଏହା ଅଉ ଏକ ଉଦାହରଣ। ଉକ୍ତ ଦିବଙ୍ଗତା ନାବାଳିକାଙ୍କ ପରିବାରକୁ ସମବେଦନା ଜଣାଇବା…

Atal Bihari Vajpayee’s Birth Anniversary: ଅଟଳ ବିହାରୀ ବାଜପେୟୀଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ସମାରୋହରେ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଭୁବନେଶ୍ୱର, ଓୟୁଏଟି ସମ୍ମିଳନୀ କକ୍ଷରେ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଆୟୋଜିତ ‘ସୁଶାସନ ଦିବସ’ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ଵର୍ଗତଃ ଅଟଳ ବିହାରୀ ବାଜପେୟୀଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ସମାରୋହ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି…

Atal Bihari’s 101st Birthday: ଅଟଳ ବିହାରୀ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ମୋଦି

ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ୧୦୧ ତମ ଜୟନ୍ତୀ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବିଜୟ ଘାଟରେ ବାଜପେୟୀଙ୍କ ସମାଧି ‘ସଦୈବ ଅଟଳ’ ରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଉପରାଷ୍ଟ୍ରପତି…

Merry Christmas: ଖ୍ରୀଷ୍ଟମାସ ଅବସରରେ ଦିଲ୍ଲୀର କ୍ୟାଥେଡ୍ରାଲ୍ ଚର୍ଚ୍ଚରେ ପ୍ରାର୍ଥନା ସଭାରେ ସାମିଲ ହେଲେ ପ୍ରଧାନମନ୍ତ୍ରୀ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଖ୍ରୀଷ୍ଟମାସ ଅବସରରେ ଦିଲ୍ଲୀର କ୍ୟାଥେଡ୍ରାଲ୍ ଚର୍ଚ୍ଚ ପରିଦର୍ଶନ କରି ପ୍ରାର୍ଥନା ସଭାରେ ଅଂଶଗ୍ରହଣ କରିଛନ୍ତି ଏବଂ ଲୋକମାନଙ୍କୁ ବଡ଼ଦିନ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ଚର୍ଚ୍ଚରେ ଦେଶବାସୀଙ୍କ ମଙ୍ଗଳ ଉଦ୍ଦେଶ୍ୟରେ ପ୍ରାର୍ଥନା କରିଛନ୍ତି…

Jagannath Idol: ପୁରୀ ବେଳାଭୂମିକୁ ଭାସି ଆସିଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମୂର୍ତ୍ତି; ଭିଡ଼ିଓ ଭାଇରାଲ

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମୂର୍ତ୍ତି ସମୁଦ୍ରରେ ଭାସିଵାର ଦୃଶ୍ୟ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେଵାରେ ଲାଗିଛି। ଭିଡିଓଟି ପୁରୀ ବେଳାଭୂମି ବୋଲି ଜଣାପଡ଼ୁଛି । ଏହି ଦୃଶ୍ୟ କୋଟିକୋଟି ଜଗନ୍ନାଥ ପ୍ରେମୀଙ୍କ ଭାବାବେଗକୁ ଆଘାତ ପହଞ୍ଚାଇଛି। ସମୁଦ୍ର ଭିତରେ ମହାପ୍ରଭୁ…

Kandhamal Maoist Encounter: ସୁରକ୍ଷାକର୍ମୀଙ୍କ ଗୁଳିରେ ମାଓନେତା ଗଣେଶ ସମେତ ୪ ନିହତ

କନ୍ଧମାଳ ଜିଲ୍ଲାରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୪ ମାଓବାଦୀ । ଚକାପାଦ ଥାନା ଅଞ୍ଚଳରେ ଜଏଣ୍ଟ ଅପରେସନରେ ବଡ଼ ସଫଳତା । ଏନ୍‌କାଉଣ୍ଟରରେ ଟପ୍ ମାଓନେତା ଗଣେଶ ସମେତ ୪ ନିହତ । ସେଣ୍ଟ୍ରାଲ କମିଟି ମେମ୍ବର ୬୯ ବର୍ଷୀୟ ଗଣେଶ…

Chandbali Bandh: ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ମାମଲା: ଆଜି ୬ ଘଣ୍ଟିଆ ଚାନ୍ଦବାଲି ବନ୍ଦ 

ଚାନ୍ଦବାଲିରେ ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ଘଟଣା। ଆଜି ୬ ଘଣ୍ଟିଆ ଚାନ୍ଦବାଲି ବନ୍ଦ ପାଳନ କରାଯାଉଛି। ନାବାଳିକା ଦୁଷ୍କର୍ମ ଓ ହତ୍ୟା ପ୍ରତିବାଦରେ ଆଜି ଦୁଇ ବିରୋଧୀ ଦଳ ବିଜେଡ଼ି ଏବଂ କଂଗ୍ରେସ ପୃଥକ ପୃଥକ ୬ ଘଣ୍ଟିଆ ବନ୍ଦ…

Karnataka Bus Accident: ଚିତ୍ରାଦୁର୍ଗ ଜିଲ୍ଲାରେ ଜଳିଗଲା ବସ୍, ୧୦ ଯାତ୍ରୀ ଜୀବନ୍ତ ଦଗ୍ଧ

ଚିତ୍ରାଦୁର୍ଗ ଜିଲ୍ଲାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଏକ ଘରୋଇ ସ୍ଲିପର ବସ୍ ଏକ ଟ୍ରକ୍ ସହିତ ଧକ୍କା ହେବା ଦ୍ୱାରା ବସ୍‌ଟି ଜଳି ଯାଇଛି । ବସ୍‌ରେ ନିଆଁ ଲାଗି ଯାଇ ୧୦ ଜଣଙ୍କର ମୃତ୍ୟୁ ହୋଇଛି। ବସର…

BJP Government: ତିନି ବେପାର ମାଲେମାଲ୍

ଓଡ଼ିଶାରେ କିଛି ବେପାର ଭଲ ଚାଲିଚି । ଯମିତି ଫାଷ୍ଟଫୁଡା ଟେକ୍ସଷ୍ଟାଇଲ ପାର୍କ ହେଇନପାରୁ ପଛେ ରାଜଧାନୀରେ ଅନେକ ଗୁଡିଏ ଖାଉଗଳି ଗଢ଼ିଉଠି ସାରିଚି । ସଞ୍ଜ ବେଳେ ଗଳି ଦେଇ ଗାଡ଼ି ନେଇଯିବା ଦହଗଞ୍ଜର କାମ। ୧୦ଟା ବେଳକୁ ପ୍ରାୟ…

Economic Region In Odisha: ଭୁବନେଶ୍ୱର-କଟକ-ପୁରୀ-ପାରାଦୀପ ଅଞ୍ଚଳକୁ ନେଇ ଗଠନ ହେବ ଇକୋନୋମିକ୍ ରିଜିଅନ୍

ଆଜି ଲୋକସେବା ଭବନଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱର-କଟକ-ପୁରୀ-ପାରାଦୀପ ଅଞ୍ଚଳକୁ ନେଇ ଇକୋନୋମିକ୍ ରିଜିଅନ୍ ଗଠନ ସମ୍ପର୍କରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ସମଗ୍ର ଅଞ୍ଚଳରେ ଥିବା ସହର ଗୁଡିକୁ ‘ଗ୍ରୋଥ୍ ହବ୍’ ଭାବେ…