ନୂଆଦିଲ୍ଲୀ : ୭୫ ତମ ଗଣତନ୍ତ୍ର ଦିବସର ଅବ୍ୟବହିତ ପୂର୍ବରୁ ୨୦୨୪ ପାଇଁ କେନ୍ଦ୍ର ସରକାର ଆଜି ସମ୍ମାନଜନକ ପଦ୍ମ ପୁରସ୍କାର ଘୋଷଣା କରିଛନ୍ତି । କଳାରେ ୧୦୫ ବର୍ଷୀୟ ଓଡ଼ିଶାର ଗୋପୀନାଥ ସ୍ବାଇଁଙ୍କୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯିବ । ଲୋକନାଟକ କୃଷ୍ଣଲୀଳାର ସଂଗୀତକାର ଭାବେ ପରିଚିତ ଶତାୟୁ ଗୋପୀନାଥ ।

ସେହିପରି ୮୫ ବର୍ଷୀୟ ଭାଗବତ ପ୍ରଧାନଙ୍କୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯିବ । ଲୋକନୃତ୍ୟ ‘ଶଦ୍ଦ ନୃତ୍ୟ’ର ବିଶିଷ୍ଟ କଳାକାର ହେଉଛନ୍ତି ଭାଗବତ ପ୍ରଧାନ ।

କଳା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବିନୋଦ ମହାରଣା ପାଇବେ ପ୍ରଦ୍ମଶୀ ପୁରସ୍କାର । ବିନୋଦ କୁମାର ପଶାୟତ (କଳା) ପଦ୍ମଶ୍ରୀ ପାଇବେ । ଗୋପୀନାଥ ସ୍ୱାଇଁ ଓଡ଼ିଆ ଲୋକ ଗୀତ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଛନ୍ତି । ୧୦୫ ବର୍ଷୀୟ ଗୋପୀନାଥ ସ୍ୱାଇଁ ପାଞ୍ଚଟି ପ୍ରାଚୀନ ରାଗରେ ଗାଇବା ସହ ଶିକ୍ଷା ଦେଇଛନ୍ତି । ଦକ୍ଷିଣଶ୍ରୀ, ଚିନ୍ତା, ଦେଶକ୍ଷା, ତୋଡ଼ି ଭତିଆରି, କୁମ୍ଭ କାମୋଡି ପରି ପାଞ୍ଚଟି ରାଗରେ ଲୋକ ଗୀତ ଗାନ କରୁଥିଲେ । ସେ ଆଖାଡ଼ା (ପାରମ୍ପାରିକ ଗ୍ରାମ୍ୟ ସ୍କୁଲ) ସ୍ଥାପନ କରି ଶତାଧିକଙ୍କୁ ଏହା ଉପରେ ଶିକ୍ଷା ଦେଇଛନ୍ତି । ବୃଦ୍ଧାବସ୍ଥା ସତ୍ତ୍ୱେ ସେ ନିଜ କାମରୁ କେବେ ବି ଦୂରେଇ ନାହାନ୍ତି ।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *