ରାଜ୍ୟରେ ଚାଷୀମାନଙ୍କ ପାଇଁ ଆସିଛି ଖୁସି ଖବର। ରାଜ୍ୟରେ ଚାଷୀଙ୍କଠାରୁ ଧାନ କୁଇଣ୍ଟାଲ ୩୧ଶହ ଟଙ୍କାରେ କିଣାଯିବ ବୋଲି ଏନେଇ ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।

ସେ କହିଛନ୍ତି ”ଚାଷୀଙ୍କଠାରୁ ଧାନ କୁଇଣ୍ଟାଲ ୩୧ଶହ ଟଙ୍କାରେ କିଣାଯିବ। ନିର୍ବାଚନୀ ଇସ୍ତାହାରରେ କହିଛୁ, ଏଇ ଖରିଫ୍‌ ଋତୁରୁ ଚାଷୀଙ୍କୁ ୩୧ ଶହ ଟଙ୍କା ଦେବୁ। କାଲି କେନ୍ଦ୍ର ସରକାର ଧାନ କ୍ୱିଣ୍ଟାଲ ପ୍ରତି ୨୩ଶହ କଲା ପରେ ଆମକୁ ସୁବିଧା ହୋଇଛି। ଆମକୁ ୯୧୭ ଟଙ୍କା ଅଧିକ ଦେବାକୁ ପଡ଼ିଥା’ନ୍ତା। ଏବେ ୮୦୦ ଟଙ୍କା ପଡ଼ିବ।

ଆଉମଧ୍ୟ ସେ କହିଛନ୍ତି, ଚାଷୀ ଧାନ ଦେବାର ୪୮ ଘଣ୍ଟା ମଧ୍ୟରେ ପ୍ରାପ୍ୟ ପାଇଯିବେ। କୌଣସି କଟ୍‌ନୀଛଟ୍‌ନୀ କରାଯିବନି।କଟ୍‌ନୀଛଟ୍‌ନୀ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Leave a Reply

Your email address will not be published. Required fields are marked *