ବର୍ତ୍ତମାନର ଯୁବପିଢ଼ି ସୋସିଆଲ ମିଡ଼ିଆ ପ୍ରତି ଅଧିକ ଆକୃଷ୍ଟ। ଏଥିସହ ଅନେକ ସୋସିଆଲ ମିଡ଼ିଆ ମାଧ୍ୟମରେ ରୋଜଗାର ମଧ୍ୟ କରୁଛନ୍ତି। ଏହାକୁ ବେଶୀ ପସନ୍ଦ ମଧ୍ୟ କରାଯାଉଛି। ସୋସିଆଲ ମିଡିଆରେ ପିଲାମାନେ ଅଧିକ ଆକ୍ଟିଭ ରହୁଛନ୍ତି। ଯୁବପିଢ଼ି ନିଜର ସୃଜନଶୀଳତା ଯୋଗୁଁ ଲୋକଙ୍କ ମଧ୍ୟରେ ଆଦୃତ ହେବା ସହ ଫଲୋୟରଙ୍କ ସଂଖ୍ୟା ମଧ୍ୟ ବଢୁଛି। ଏହାକୁ ଦୃଷ୍ଟିରେ ରଖି ୟୁପିର ଯୋଗୀ ସରକାର ଏକ ସୋସିଆଲ ମିଡ଼ିଆ ପଲିସି ଆଣିଛନ୍ତି। ସୋସିଆଲ ମିଡ଼ିଆ ଇନଫ୍ଲ୍ୟୁଏନସରଙ୍କ ପାଇଁ ବଡ ଘୋଷଣା କରାଯାଇଛି। ସୋସିଆଲ ମିଡ଼ିଆ ଇନଫ୍ଲ୍ୟୁଏନସରଙ୍କ ବର୍ଦ୍ଧିତ ଗ୍ରାହକଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ସରକାରଙ୍କ ଯୋଜନାକୁ ପ୍ରୋତ୍ସାହିତ କରିବା ପାଇଁ ଇନଫ୍ଲ୍ୟୁଏନସରଙ୍କୁ ପ୍ରତିମାସରେ ୮ ଲକ୍ଷ ଟଙ୍କା ଦେବାକୁ ଘୋଷଣା କରିଛନ୍ତି। ଏହି ପଲିସି ଅନୁଯାୟୀ ସରକାରୀ ସ୍କିମ୍ର ବିଜ୍ଞାପନ ପାଇଁ ମାସକୁ ୮ ଲକ୍ଷ ଟଙ୍କା ଦିଆଯିବ। ସେହିପରୀ ଆପତ୍ତିଜନକ ପୋଷ୍ଟ ପାଇଁ ତିନି ବର୍ଷରୁ ଆଜୀବନ କାରାଦଣ୍ଡ ପର୍ଯ୍ୟନ୍ତ ଦଣ୍ଡ ଦିଆଯାଇପାରେ। କ୍ୟାବିନେଟ ବୈଠକରେ ଏହି ପଲିସିକୁ ଅନୁମୋଦନ କରାଯାଇଛି। ଏହା ସହିତ ଡିଜିଟାଲ ଏଜେନ୍ସି ଏବଂ ଫାର୍ମଗୁଡିକ ପାଇଁ ସୋସିଆଲ ମିଡିଆରେ ବିଜ୍ଞାପନ ବ୍ୟବସ୍ଥା ମଧ୍ୟ କରାଯାଇଛି। ଯୋଗୀ ସରକାର ବିଭିନ୍ନ ଜନ କଲ୍ୟାଣ, ଲାଭଦାୟକ ଯୋଜନା ଏବଂ ସଫଳତାକୁ ଲୋକଲୋଚନରେ ପହଞ୍ଚାଇବାକୁ ଏଭଳି ଏକ ପଲିସି ଆଣିଛନ୍ତି। X, ଫେସବୁକ୍, ଇନଷ୍ଟାଗ୍ରାମ ଏବଂ ୟୁଟ୍ୟୁବ୍ ଭଳି ସୋସିଆଲ ମିଡିଆ ପ୍ଲାଟଫର୍ମରେ ସରକାରୀ ଯୋଜନା ଉପରେ ଆଧାରିତ ବିଷୟବସ୍ତୁ, ଭିଡିଓ, ଟ୍ୱିଟ, ପୋଷ୍ଟ ଏବଂ ରିଲସ କରି ପୋଷ୍ଟ କରିବାକୁ ହେବ। ପଲିସି ଅନୁଯାୟୀ, ଇନଫ୍ଲ୍ୟୁଏନସରଙ୍କୁ ଚାରୋଟି ଶ୍ରେଣୀରେ ବିଭକ୍ତ କରାଯାଇଛି। ଏଜେନ୍ସି କିମ୍ବା ଫାର୍ମକୁ ବିଭିନ୍ନ ପ୍ଲାଟଫର୍ମରେ ଗ୍ରାହକ ଏବଂ ଇନଫ୍ଲ୍ୟୁଏନସରଙ୍କ ଆଧାରରେ ବିଭକ୍ତ କରାଯାଇଛି। ମାସକୁ ୫ ଲକ୍ଷ, ୪ ଲକ୍ଷ, ୩ ଲକ୍ଷ ଏବଂ ୩୦ ହଜାର ମିଳିବ। ସେହିପରି ୟୁଟ୍ୟୁବ ଭିଡିଓ ସୁଟ୍ ଏବଂ ପୋଡକାଷ୍ଟ ପାଇଁ ୮ ଲକ୍ଷ, ୭ ଲକ୍ଷ, ୬ ଲକ୍ଷ ଏବଂ ୪ ଲକ୍ଷ ଟଙ୍କା ରଖାଯାଇଛି। ଜାତୀୟ ବିରୋଧୀ ପୋଷ୍ଟ ପାଇଁ ଆଜୀବନ କାରାଦଣ୍ଡର ଦଣ୍ଡ ଭୋଗିବାକୁ ପଡିବ। ଯୋଗୀ ସରକାରଙ୍କ ନୂଆ ସୋସିଆଲ ମିଡିଆ ପଲିସିରେ ଜାତୀୟ ବିରୋଧୀ ବିଷୟବସ୍ତୁ ପୋଷ୍ଟ କରି ତିନି ବର୍ଷରୁ ଆଜୀବନ କାରାଦଣ୍ଡ ପର୍ଯ୍ୟନ୍ତ ଦଣ୍ଡବିଧାନର ବ୍ୟବସ୍ଥା ରହିଛି। ବର୍ତ୍ତମାନ ପର୍ଯ୍ୟନ୍ତ ଆଇଟି ଆକ୍ଟର 66E ଏବଂ 66F ଅଧୀନରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏହା ବ୍ୟତୀତ ଅଶ୍ଳୀଳ ତଥା ଆପତ୍ତିଜନକ କଣ୍ଟେଣ୍ଟ ପୋଷ୍ଟ କରିବା ପାଇଁ ଅପରାଧିକ ମାନହାନୀ ମାମଲାର ମଧ୍ୟ ସାମ୍ନା କରିବାକୁ ପଡ଼ିପାରେ। Post navigation ଜାତୀୟ ଶିଳ୍ପ କରିଡର ବିକାଶ କାର୍ଯ୍ୟକ୍ରମ ଅଧୀନରେ ୧୨ଟି ଶିଳ୍ପ ଶିଳ୍ପ ସ୍ମାର୍ଟ ସହରକୁ କ୍ୟାବିନେଟ୍ ମଞ୍ଜୁରୀ କୋଲକାତା ଲଜ୍ଜା: ସନ୍ଦୀପ ଘୋଷଙ୍କୁ ସସ୍ପେଣ୍ଡ କଲା ଆଇଏମଏ