କର୍ତ୍ତବ୍ୟପଥରେ ବାଜି ମାରିଲା ଓଡ଼ିଶା ପ୍ରଜ୍ଞାପନ ମେଢ଼। ଦିଲ୍ଲୀ ଗଣତନ୍ତ୍ର ଦିବସ ପରେଡରେ ସାମିଲ ହୋଇଥିବା ଓଡ଼ିଶାର ପ୍ରଜ୍ଞାପନ ମେଢ଼ ପ୍ରଥମ ସ୍ଥାନ ହାସଲ କରିଛି। ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ବିଚାରକ ମଣ୍ଡଳୀ ଦ୍ୱାରା ଶ୍ରେଷ୍ଠ ବିବେଚିତ ହୋଇଛି ଓଡ଼ିଶାର ପ୍ରଜ୍ଞାପନ ମେଢ଼।

ଏଥର କର୍ତ୍ତବ୍ୟପଥରେ ଦେଖିବାକୁ ମିଳିଥିଲା ଓଡ଼ିଶାର କଳା କାରିଗରୀ ପଟ୍ଟଚିତ୍ର, ହସ୍ତଶିଳ୍ପ ଏବଂ କୁଟୀର ଶିଳ୍ପ। ପୁରୀ ଶିଳ୍ପୀ ଗ୍ରାମ ରଘୁରାଜପୁରର ପଟ୍ଟଚିତ୍ର, ହସ୍ତଶିଳ୍ପ ଏବଂ କୁଟୀର ଶିଳ୍ପ ମାଧ୍ୟମରେ ବିକଶିତ ଭାରତ ତଥା ଗ୍ରାମୀଣ ମହିଳା ସଶକ୍ତିକରଣର ବାର୍ତ୍ତା ଏଥର ଦେଇଥିଲା ଏହି ପ୍ରଜ୍ଞାପନ ମେଢ଼। ଗୋଟିଏ ପଟେ ଓଡିଶାର ମହିଳା କାରିଗର ମାନେ ପିପିଲିର ଚାନ୍ଦୁଆ ଏବଂ ପଟ୍ଟଚିତ୍ର ତିଆରି କରୁଥିବାର ପ୍ରଦର୍ଶନ ଏବଂ ଅନ୍ୟ ପଟେ ମହିଳା କଳାକାରମାନେ ପ୍ରଜ୍ଞାପନ ମେଢର ଉଭୟ ପାର୍ଶ୍ୱରେ ସମ୍ବଲପୁରୀ ନୃତ୍ୟ ପ୍ରଦର୍ଶନ କରି କର୍ତ୍ତବ୍ୟ ପଥରେ ଓଡ଼ିଶାକୁ ପ୍ରତିନିଧିତ୍ୱ କରିଥିଲେ। ରଙ୍ଗାରଙ୍ଗ ପରେଡ୍‌ରୁ ପ୍ରଜ୍ଞାପନ ମେଢ ଯାଏଁ ସବୁଥିରେ ବାରି ହୋଇ ପଡ଼ିଥିଲା ବିକଶିତ ଭାରତରେ ନାରୀ ସଶକ୍ତୀକରଣର ଝଲକ୍। ଅନନ୍ୟ ଆକର୍ଷଣ ଥିଲା ଐତିହ୍ୟଗ୍ରାମ ରଘୁରାଜପୁର ହସ୍ତକଳାକୁ ନେଇ ଗଡ଼ିଥିବା ଓଡ଼ିଶା ଟାବ୍ଲୁ।

ଗୁଜୁରାଟ ଏବଂ ତାମିଲନାଡୁର ପ୍ରଜ୍ଞାପନ ମେଢ଼ ଯଥାକ୍ରମେ ଦ୍ୱିତୀୟ ଏବଂ ତୃତୀୟ ସ୍ଥାନ ହାସଲ କରିଛନ୍ତି।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *