odisha-reels-under-severe-heatwave-conditions-jharsuguda-hottest-in-state-at-44-8c
ସମଗ୍ର ରାଜ୍ୟରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଗରମ ଓ ଗୁଳୁଗୁଳି ଯୋଗୁ ସାଧାରଣ ଜୀବନ ପ୍ରଭାବିତ ହେଉଥିବା ବେଳେ ରୌଦ୍ରତାପରେ ଜଳୁଛି ପଶ୍ଚିମ ଓଡ଼ିଶା ।
 
ଶୁକ୍ରବାର ଦିନ ପୁଣି ଝାରସୁଗୁଡ଼ାରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ରେକର୍ଡ ହୋଇଛି । ଏଠାରେ ଦିନ ତାପମାତ୍ରା ୪୪.୮ ଡିଗ୍ରି ରେକର୍ଡ ହୋଇଥିଲା । ଅନ୍ୟପକ୍ଷରେ ଓଡ଼ିଶାର ୧୮ ସହରର ତାପମାତ୍ରା ଆଜି ୪୦ ଡିଗ୍ରି ଉପରେ ରହିଛି ।
 
୪୪ ଡିଗ୍ରି ତାପମାତ୍ରାରେ ଟିଟିଲାଗଡ଼ ଜଳୁଥିବା ବେଳେ ସମ୍ବଲପୁରରେ ୪୩.୬ ଡିଗ୍ରି, ହୀରାକୁଦରେ ୪୩.୪ ଡିଗ୍ରି, ଅନୁଗୁଳରେ ୪୩.୧ ଡିଗ୍ରି ଓ ବଲାଙ୍ଗୀର ତାପମାତ୍ରା ୪୩ ଡିଗ୍ରି ରେକର୍ଡ କରାଯାଇଛି ।
 
ତେବେ ଗତକାଲି ଅପେକ୍ଷା ଆଜି କଟକ ଓ ଭୁବନେଶ୍ୱରର ତାପମାତ୍ରା କମିଛି । କଟକର ଦିନ ତାପମାତ୍ରା ୩୮.୪ ଡିଗ୍ରି ଓ ଭୁବନେଶ୍ୱରର ୩୯.୪ ଡିଗ୍ରି ରେକର୍ଡ ହୋଇଛି ।
 
 
 

By Nirvay

Leave a Reply

Your email address will not be published. Required fields are marked *