ଫେବୃଆରୀ ୧୮ରୁ ଆରମ୍ଭ ହେବ ଯୁକ୍ତ ଦୁଇ ପରୀକ୍ଷା । ୧୮ରୁ ବିଜ୍ଞାନ ପରୀକ୍ଷା ଆରମ୍ଭ ହେବାକୁ ଥିବା ବେଳେ କଳା ଓ ବାଣିଜ୍ୟ ପରୀକ୍ଷା ୧୯ରୁ ଏବଂ ଧନ୍ଦାମୂଳକ ପରୀକ୍ଷା ୨୦ରୁ ଆରମ୍ଭ ହେବ ନେଇ କାର୍ଯ୍ୟସୂଚୀ ପ୍ରକାଶ କଲା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ । ଥିଓରୀ ପରୀକ୍ଷା ଫେବୃଆରୀ ୧୮ରୁ ମାର୍ଚ୍ଚ ୨୭ ଯାଏଁ ଚାଲିବ । ଦିନ ୧୦ଟାରୁ ୧ଟା ପର୍ଯ୍ୟନ୍ତ ୩ ଘଣ୍ଟିଆ ଥିଓରୀ ପରୀକ୍ଷା ହେବ । ସେହିପରି ଜାନୁଆରୀ ୨ରୁ ୧୨ ତାରିଖ ପର୍ଯ୍ୟନ୍ତୁ ପ୍ରାକ୍ଟିକାଲ ପରୀକ୍ଷା ଅନୁଷ୍ଠିତ ହେବ । କଳା, ବିଜ୍ଞାନ, ବାଣିଜ୍ୟ, ଧନ୍ଦାମୂଳକ ଓ ପତ୍ରବିନିମୟ ପରୀକ୍ଷା ହେବ । ବିଜ୍ଞାନ ବିଭାଗର ଏମ୍ଆଇଏଲ୍ ଓଡ଼ିଆ ପରୀକ୍ଷା ୧୮ ତାରିଖରେ ହେବା ସହ ୧୯ରେ କଳା ଓ ବାଣିଜ୍ୟ ପିଲାଙ୍କ ଏମ୍ଆଇଏଲ୍ ଓଡ଼ିଆ ପରୀକ୍ଷା ହେବ ନେଇ ସୂଚନା ଦେଇଛନ୍ତି । ଏହା ସହ କପି ରୋକିବାକୁ ସିସିଟିଭି କ୍ୟାମେରା ସହିତ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଜାଣନ୍ତୁ କେଉଁ ଦିନ ରଖିଛି କେଉଁ ପରୀକ୍ଷା ଫେବୃଆରୀ ୧୮ରେ ବିଜ୍ଞାନର (ଏମ.ଆଇ.ଏମ-ଓଡ଼ିଆ), ଫେବୃଆରୀ ୧୯ରେ କଳା, ବାଣିଜ୍ୟର (ଏମଆଇଏମ-ଓଡ଼ିଆ), ଫେବୃଆରୀ ୨୦ ରେ ଧନ୍ଦାମୂଳକ ଶିକ୍ଷାର ( BFC-ଇତିହାସ) (BFC- ପଦାର୍ଥ ବିଜ୍ଞାନ) (BFC-ଆକାଉଣ୍ଟାନ୍ସି), ଫେବୃଆରୀ ୨୨ରେ ବିଜ୍ଞାନର (ଇଂରାଜୀ), ଫେବୃଆରୀ ୨୪ ଧନ୍ଦାମୂଳକ ଶିକ୍ଷାର (BFC-ରାଜନୀତି ବିଜ୍ଞାନ) (BFC-ରସାୟନ ବିଜ୍ଞାନ), ଫେବୃଆରୀ ୨୫ରେ କଳା, ବାଣିଜ୍ୟର (ଇଂରାଜୀ), ଫେବୃଆରୀ ୨୮ ରେ ବିଜ୍ଞାନର (ପଦାର୍ଥ ବିଜ୍ଞାନ), ଧନ୍ଦାମୂଳକ ଶିକ୍ଷାର (BFC-ଗଣିତ), ମାର୍ଚ୍ଚ ୦୪ ରେ କଳାର (ଇତିହାସ), ବାଣିଜ୍ୟ (ବିଜନେସ ଷ୍ଟଡିସ୍ ଓ ମ୍ୟାନେଜମେଣ୍ଟ) ବିଜ୍ଞାନ (ଭୂତତ୍ତ୍ବ ବିଜ୍ଞାନ), ମାର୍ଚ୍ଚ ୦୭ ତାରିଖରେ ବିଜ୍ଞାନର (ରସାୟନ ବିଜ୍ଞାନ), ଧନ୍ଦାମୂଳକ (ଇଂରାଜୀ) ହେବାକୁ ଯାଉଛି । Post navigation କ୍ୟାପିଟାଲ ହସ୍ପିଟାଲର ଆଇସିୟୁ ବେଡ୍ ସଂଖ୍ୟା ୪୦ ହେବ ଜୁନାଗଡ଼ ଗଣଦୁଷ୍କର୍ମ ମାମଲା : ୬ ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ