ରାଜ୍ୟ ସରକାରଙ୍କ ଆଇନ ବିଭାଗ ପକ୍ଷରୁ ଆଜି ୫ ଜଣିଆ ଓଡ଼ିଶା ଲ’ କମିଶନ ଗଠନ କରାଯାଇଛି ।
ଲ’ କମିଶନରେ ଅଧ୍ୟକ୍ଷଙ୍କ ସହ ଅଛନ୍ତି ୬ ସଦସ୍ୟ । ଜଷ୍ଟିସ ବିଶ୍ୱନାଥ ରଥଙ୍କୁ ଆଇନ ଆୟୋଗର ଅଧ୍ୟକ୍ଷ ନିଯୁକ୍ତ କରାଯାଇଛି ।
ଆଡଭୋକେଟ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ ଏବଂ ଆଇନ ବିଭାଗର ପ୍ରମୁଖ ଶାସନ ସଚିବ, ଏକ୍ସ ଅଫିସିଓ ସଦସ୍ୟ ଭାବେ ନିଯୁକ୍ତ ହୋଇଥିବାବେଳେ ବରିଷ୍ଠ ଆଇନଜୀବୀ ସୂର୍ଯ୍ୟ ପ୍ରକାଶ ମିଶ୍ର ଏବଂ ବରିଷ୍ଠ ଆଇନଜୀବୀ ସୌର ଚନ୍ଦ୍ର ମହାପାତ୍ର ଓଡ଼ିଶା ଲ’ କମିଶନର ସଦସ୍ୟ ଅଛନ୍ତି ଓ ଆଇନ ବିଭାଗର ଅତିରିକ୍ତ ସଚିବ ମଧ୍ୟ କମିଶନରେ ସ୍ଥାନ ପାଇଛନ୍ତି ।