ଭୁବନେଶ୍ୱରସ୍ଥିତ କିମ୍ସ ଏବଂ ମଣିପାଲ ହସ୍ପିଟାଲ ବିରୋଧରେ ଆସିଥିବା ଅଭିଯୋଗ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି ଆୟୁଷ୍ମାନ ଭାରତ’ ଏବଂ ଗୋପବନ୍ଧୁ ଆରୋଗ୍ୟ ଯୋଜନାରେ ବ୍ୟାପକ ଅନିୟମିତତା ହୋଇଥିବା ନଜରକୁ ଆସିଛି। ଡାକ୍ତରଖାନା ଦ୍ୱୟରେ ଅନିୟମିତତା ହୋଇଥିବା ପ୍ରମାଣ ମିଳିଥିବାରୁ ଏହି କାର୍ଯ୍ୟାନୁଷ୍ଠାନ ନିଆଯିବ । ସ୍ୱାସ୍ଥ୍ୟ ବିଭାଗର ବିଶେଷ ଟିମ୍ ଦ୍ୱାରା ଯାଞ୍ଚ ପରେ ଏହି ସତ୍ୟତା ସାମ୍ନାକୁ ଆସିଛି। ରୋଗୀଙ୍କଠାରୁ ଅଧିକ ଟଙ୍କା ଆଦାୟ କରିବା ସହ ସେମାନଙ୍କୁ ହଇରାଣ ହରକତ କରାଯାଉଥିବା ନେଇ ପ୍ରମାଣ ମିଳିଛି। ମନ୍ତ୍ରୀ ଆଉ ମଧ୍ଯ କହିଛନ୍ତି ସମ୍ପୃକ୍ତ ହସ୍ପିଟାଲଗୁଡ଼ିକୁ ସ୍ପଷ୍ଟୀକରଣ ପାଇଁ ନୋଟିସ୍ ପଠାଯାଇଛି। ନୋଟିସର ସନ୍ତୋଷଜନକ ଜବାବ ନ ମିଳିଲେ ଅତି କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସାଧାରଣ ଲୋକଙ୍କୁ ହଇରାଣ ନ କରିବା ଏବଂ ମିଥ୍ୟା ଅପପ୍ରଚାରରୁ ଦୂରେଇ ରହିବା ପାଇଁ ସମସ୍ତ ଘରୋଇ ହସ୍ପିଟାଲଗୁଡ଼ିକୁ ସ୍ୱାସ୍ଥ୍ୟ ମନ୍ତ୍ରୀ ଅପିଲ୍ କରିଛନ୍ତି। Post navigation Odisha Floods: ରାଜ୍ୟରେ ବନ୍ୟା ପରିସ୍ଥିତି: ୧୦ ଜିଲ୍ଲାର ୧୩.୫ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ