ଭୁବନେଶ୍ଵର: ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠାକୁ ନେଇ ଓଡ଼ିଶା ସରକାର ଜାନୁଆରୀ ୨୨ରେ ଅଧା ଦିନ ଛୁଟି ଘୋଷଣା କରିଛନ୍ତି । ସୂଚନା ଅନୁଯାୟୀ ସମସ୍ତ ସରକାରୀ କାର୍ଯ୍ୟାଳୟ ଅଧା ଦିନ ପାଇଁ ବନ୍ଦ ରହିବ । ରାଜ୍ୟ ସରକାରଙ୍କ ଅନୁସାରେ, ଜାନୁଆରୀ ୨୨ରେ ଅଯୋଧ୍ୟାରେ ପ୍ରଭୁ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବରେ ସାମିଲ ହେବା ପାଇଁ କର୍ମଚାରୀଙ୍କ ଅନୁରୋଧ ପରେ ସରକାରୀ ଅନୁଷ୍ଠାନଗୁଡିକୁ ଅଧା ଦିନ ପାଇଁ ଅପରାହ୍ଣ ୨.୩୦ ଯାଏ ବନ୍ଦ ରଖିବାକୁ ଘୋଷଣା କରାଯାଇଛି ।

ପୂର୍ବରୁ ଆଜି କେନ୍ଦ୍ରୀୟ କାର୍ମିକ ମନ୍ତ୍ରାଳୟ ଦ୍ୱାରା ଜାରି ଅଧିସୂଚନା ଅନୁସାରେ ସାରା ଦେଶରେ ସମସ୍ତ କେନ୍ଦ୍ରୀୟ ସରକାରୀ କାର୍ଯ୍ୟାଳୟ, କେନ୍ଦ୍ରୀୟ ଅନୁଷ୍ଠାନ ଏବଂ କେନ୍ଦ୍ରୀୟ ଉଦ୍ୟୋଗ ସଂସ୍ଥା ଜାନୁଆରୀ ୨୨ ତାରିଖ ଅପରାହ୍ଣ ୨.୩୦ ଯାଏ ଅଧା ଦିନ ପାଇଁ ବନ୍ଦ ରହିବ ବୋଲି ଘୋଷଣା ହୋଇଥିଲା ।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *