ଓଡ଼ିଶା ଛାଡ଼ିବେ ତାରକା କ୍ରିକେଟର୍‌ ଶୁଭ୍ରାଂଶୁ ସେନାପତି । ଏନଓସି ପାଇଁ ଶୁଭ୍ରାଂଶୁ ଓଡ଼ିଶା କ୍ରିକେଟ୍‌ ସଂଘ (ଓସିଏ) ଆବେଦନ କରିଥିବା ସୂଚନା । ଓଡ଼ିଶା ଛାଡ଼ି ମଧ୍ୟପ୍ରଦେଶରୁ ଖେଳିବା ପାଇଁ ସେ ଏନ୍‌ଓସି ପାଇଁ ଓସିଏରେ ଆବେଦନ କରିସାରିଛନ୍ତି। କିନ୍ତୁ ତାଙ୍କୁ ଏନ୍‌ଓସି ମିଳିନି। ତେବେ ରାଜ୍ୟ କ୍ରିକେଟ ସଂଘ OCA ଶୁଭ୍ରାଂଶୁଙ୍କୁ NOC ଦେବ ବୋଲି ସୂଚନା ମିଳିଛି ।

ସୂଚନା ମୁତାବକ ଶୁଭ୍ରାଂଶୁ ସେନାପତି ଚେନ୍ନାଇ ସୁପର କିଙ୍ଗସରେ ଆଇପିଏଲ୍‌ ଖେଳିଥିଲେ ବି ଭାରତୀୟ ଦଳରେ ସାମିଲ ହୋଇକି ମଧ୍ୟ ତାଙ୍କୁ ଆଉ କୌଣସି ମ୍ୟାଚରେ ଖେଳିବାର ସୁଯୋଗ ମିଳି ନଥିଲା । ଏସବୁକୁ ବିଚାର କରି ଓଡ଼ିଶାରେ ନୁହେଁ ବାହାର ରାଜ୍ୟ ତରଫରୁ ଖେଳିବା ପାଇଁ ଶୁଭ୍ରାଂଶୁ ସ୍ଥିର କରିଥିବା ଅନୁମାନ କରାଯାଉଛି ।

ଅନ୍ୟ ପଟେ ଓସିଏ ସମ୍ପାଦକ ସଞ୍ଜୟ ବେହେରା ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ବହୁତ ଦିନ ହେବ ଶୁଭ୍ରାଂଶୁ ବାହାର ରାଜ୍ୟରୁ ଖେଳିବା ପାଇଁ ଚେଷ୍ଟା କରୁଛନ୍ତି ଅନେକ ଅନୁରୋଧ ପରେ ବି ଶୁଭ୍ରାଂଶୁ ନିଷ୍ପତ୍ତି ବଦଳାଇଲେ ନାହାନ୍ତି । ସେ ମାନସିକ ଭାବେ ପ୍ରସ୍ତୁତ ହେଉଛନ୍ତି ମଧ୍ୟ ପ୍ରଦେଶ ପାଇଁ ଖେଳିବେ ବୋଲି । ସେ ଯେଉଁଠି ଖେଳନ୍ତୁ ତାଙ୍କୁ ପରଫରମାନ୍ସ କରିବାକୁ ପଡିବ। ତାଙ୍କୁ ଲୋଭ ଦେଖା ଯାଇଛି ଯେ ଆଇପିଏଲ୍‌ ଏବଂ ଭାରତୀୟ ଦଳରେ ତାଙ୍କୁ ଖେଳାଇ ଦିଆଯିବ । ତେଣୁ ସେ NOC ପାଇଁ ଆବେଦନ କରିଛନ୍ତି ବୋଲି କହିଛନ୍ତି ଓସିଏର ସମ୍ପାଦକ ସଞ୍ଜୟ ବେହେରା। ସେ ଆଉ ମଧ୍ଯ କହିଛନ୍ତି ଶୁଭ୍ରାଂଶୁ ଓଡ଼ିଶା ଛାଡ଼ିବା ପରେ ତତ୍ପରତା ଦେଖାଇଛି ଓସିଏ । ଏଣିକି ଓସିଏ ନ ଛାଡ଼ିବା ପାଇଁ ଖେଳାଳିଙ୍କ ସହ ଚୁକ୍ତି ହେବ । ଏନେଇ ଖୁବଶୀଘ୍ର ଶୃଙ୍ଖଳା କମିଟି ବୈଠକରେ ଆଲୋଚନା ହେବ ।

ପାଖାପାଖି ୮ ବର୍ଷ ଧରି ଓଡ଼ିଶା ପାଇଁ ଶୁଭ୍ରାଂଶୁ ବରିଷ୍ଠ ସ୍ତରରେ ଖେଳିଆସୁଛନ୍ତି। କିନ୍ତୁ ଦଳ ରଣଜୀ ଟ୍ରଫିରେ କ୍ବଚିତ୍‌ କ୍ବାର୍ଟରଫାଇନାଲ୍‌ ଯାଇଥିଲେ ମଧ୍ୟ ଏହା ଆଗକୁ ବଢ଼ିପାରୁନି।

Leave a Reply

Your email address will not be published. Required fields are marked *