ଭୁବନେଶ୍ୱର : ୨୦୨୪ ନିର୍ବାଚନ ପାଖେଇ ଆସୁଛି। ରାଜ୍ୟ କଂଗ୍ରେସରେ ଟିକେଟ୍‌ କସରତ । ପ୍ରାର୍ଥୀଙ୍କୁ ଆଗୁଆ ଟିକେଟ୍‌ ଦେବା ପାଇଁ କଂଗ୍ରେସର ବସିଲା ପ୍ରଦେଶ ନିର୍ବାଚନ କମିଟି (ପିଇସି) ବୈଠକ । ଏହି ବୈଠକରେ ପିସିସି ସଭାପତିଙ୍କ ସହ ପ୍ରଦେଶ ନିର୍ବାଚନ କମିଟିର ୨୩ ଜଣ ସଦସ୍ୟ ଉପସ୍ଥିତ ରହିଛନ୍ତି ।

ଖବର ଅନୁଯାୟୀ, ପ୍ରଗମନ ଆପରେ ଟିକେଟ ଆବେଦନ କରିଥିବା ପ୍ରାର୍ଥିଙ୍କ ଉପରେ ବୈଠକରେ ଆଲୋଚନା କରାଯିବ ବୋଲି ସୂଚନା ମିଳିଛି । ଏହା ପରେ ସ୍କ୍ରିନଂ କମିଟିକୁ ପ୍ରାଥୀଙ୍କ ତାଲିକା ପଠାଯିବ । ପ୍ରଗମନ ଆପରେ ବିଧାୟକ ପାଇଁ ୩୦୦୦ ଓ ସାଂସଦ ପାଇଁ ୭୦୦ଜଣ ଆଶାୟୀ ଆବେଦନ କରିଛନ୍ତି ।

ପ୍ରଥମ ପର୍ଯ୍ୟାୟରେ ୭୦ଟି ଆସନ ପାଇଁ ଟିକେଟ ଘୋଷଣା କରିବ କଂଗ୍ରେସ । ମାର୍ଚ୍ଚ ପହିଲା ସୁଦ୍ଧା ପ୍ରଥମ ପର୍ଯ୍ୟାୟ ଟିକେଟ ଘୋଷଣା କରାଯିବାକୁ ଯୋଜନା କରୁଛି କଂଗ୍ରେସ।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *