ପାଟନା: ପୁଣିଥିରେ ବାଜି ମାରିଲେ ନୀତିଶ କୁମାର। ବିହାର ବିଧାନସଭାରେ ବହୁମତ ସାବ୍ୟସ୍ତ କରିବାକୁ ହୋଇଥିବା ଆସ୍ଥା ଭୋଟ୍‌ରେ ନୀତିଶ କୁମାର ବିଜୟୀ ହୋଇଛନ୍ତି। ଏନ୍‌ଡିଏ ସପକ୍ଷରେ ମୋଟ ୧୨୯ଟି ଭୋଟ୍ ପଡ଼ିଛି। ସେପଟେ ବିରୋଧୀ ଦଳର ନେତାମାନେ ବିଧାନସଭା ଛାଡ଼ି ଚାଲିଯାଇଥିଲେ।

୪-୫ ଆର୍‌ଜେଡି ବିଧାୟକ ନୀତିଶ କୁମାରଙ୍କ ସପକ୍ଷରେ ଭୋଟ ଦେଇଥିଲେ ବୋଲି ଖବର ଆସିଛି । ଏହା ପୂର୍ବରୁ ଆର୍‌ଜେଡି ବାଚସ୍ପତିଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ବି ଗୃହରେ ଗୃହୀତ ହୋଇଥିଲା ।

ଆସ୍ଥା ଭୋଟ୍ ହେବା ପୂର୍ବରୁ ବିହାର ରାଜନୀତିରେ ହଇଚଇ ସୃଷ୍ଟି ହୋଇଥିଲା। ଘୋଡ଼ା ବେପାରକୁ ଭୟ କରି ଉଭୟ ଦଳ ନିଜ ନିଜର ବିଧାୟକଙ୍କୁ ଅଲଗା ଅଲଗା ରଖିଥିଲେ। ଆର୍‌ଜେଡି ଓ କଂଗ୍ରେସ ସମେତ ମହାମେଣ୍ଟର ସମସ୍ତ ବିଧାୟକଙ୍କୁ ପାଟନାରେ ତେଜସ୍ୱୀ ଯାଦବଙ୍କ ଘରେ ରଖାଯାଇଥିଲା। ସେପଟେ ବିଜେପି-ଡେଜିୟୁ ବିଧାୟକଙ୍କୁ ଚାଣକ୍ୟ ହୋଟେଲ୍ ଓ ପାଟଳିପୁତ୍ର ହୋଟେଲ୍‌ରେ ରଖାଯାଇଥିଲା।

ବିହାର ବିଧାନସଭାରେ ମୋଟ ୨୪୩ ଆସନ ରହିଛି। ବହୁମତ ପାଇଁ ଆବଶ୍ୟକ ମ୍ୟାଜିକ ନମ୍ବର ହେଉଛି ୧୨୨ । ଏନ୍‌ଡିଏ ପାଖରେ ୧୨୮ ସଦସ୍ୟ ରହିଛି। ସେଥିମଧ୍ୟରୁ ବିଜେପି ପାଖରେ ୭୮ ଓ ଜେଡିୟୁ ପାଖରେ ୪୫ ଆସନ ରହିଛି। ସେହିପରି ହିନ୍ଦୁସ୍ତାନ ଆୱାମ ମୋର୍ଚ୍ଚା(HAM) ପାଖରେ ୪ ଆସନ ରହିଥିବା ବେଳେ ସ୍ୱାଧୀନ ବିଧାୟକ ସୁମିତ ସିଂହ ମଧ୍ୟ ଏନ୍‌ଡିଏରେ ସାମିଲ୍ ହୋଇଛନ୍ତି।

ଅନ୍ୟପଟେ ବିରୋଧ ପାଖେ ୧୧୪ ବିଧାୟକ ରହିଛନ୍ତି। ଏଥିରେ ଆର୍‌ଜେଡି ପାଖରେ ୭୯ ଜଣ ବିଧାୟକ ଥିବା ବେଳେ କଂଗ୍ରେସ ପାଖରେ ୧୯, ସିପିଆଇ(ଏମ୍‌ଏଲ୍‌)ର ୧୨, ସିପିଆଇ(ଏମ୍)ର ୨, ସିପିଆଇର ୨ ବିଧାୟକ ରହିଛନ୍ତି।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *