ଅଗ୍ନି-୪ ରାତ୍ରିକାଳୀନ ପରୀକ୍ଷଣ ସଫଳ ହୋଇଛି। ଅବଦୁଲ କଲାମ ଦ୍ୱୀପରୁ ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ କରାଯାଉଥିବା ଅଗ୍ନି-୪ ମିଜାଇଲର ୯ ନମ୍ବର ଭର୍ସନର ରାତ୍ରିକାଳୀନ ପରୀକ୍ଷଣ ହୋଇଛି। ଆଇସିବିଏମ ଗ୍ରୁପର ଏହି କ୍ଷେପଣାସ୍ତ୍ରର ଲକ୍ଷଭେଦ କ୍ଷମତା ୪ ହଜାର କିମି ରହିଛି। ଅଗ୍ନି-୪ (୦.୯) ପାରମାଣବିକ ଯୁଦ୍ଧାସ୍ତ୍ର ବହନ କରିପାରିବ।

ଏହି କ୍ଷେପଣାସ୍ତ୍ର ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ହୋଇଥିବା ବେଳେ ୪ ନମ୍ବର ଲଞ୍ଚ ପ୍ୟାଡରୁ ରାତି ୭. ୫୫ ସମୟରେ ଉତକ୍ଷେପଣ ହୋଇଥିଲା। ୨୦ ମିଟର ଲମ୍ବ ଓ ୧୭ ହଜାର କିଲୋଗ୍ରାମ ଓଜନର କ୍ଷେପଣାସ୍ତ୍ରର ୧ ହଜାର କିଲୋଗ୍ରାମ ପର୍ଯ୍ୟନ୍ତ ଯୁଦ୍ଧାସ୍ତ୍ର ବହନ କରିବାର କ୍ଷମତା ରହିଛି। ଶତ୍ରୁ ପକ୍ଷର ଯେକୌଣସି ସ୍ଥାନକୁ ଏହି କ୍ଷେପଣାସ୍ତ୍ର ସହଜରେ ଲକ୍ଷ୍ୟଭେଦ କରିପାରିବ।

Leave a Reply

Your email address will not be published. Required fields are marked *