ରତ୍ନଭଣ୍ଡାର ଅଳଙ୍କାର ଗଣତି ପାଇଁ ଗଠନ ହୋଇଥିବା ୧୬ ଜଣିଆ ଯାଞ୍ଚ କମିଟି ସଦସ୍ୟଙ୍କ ତାଲିକା ଆସିଛି। ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ବିଶ୍ୱନାଥ ରଥଙ୍କ ନେତୃତ୍ୱରେ ଏହି କମିଟି ଗଠନ ହୋଇଛି। ଡାକ୍ତର ସିବିକେ ମହାନ୍ତି, ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ରାଜୀବ ସାହୁ ସଦସ୍ୟ ଅଛନ୍ତି।

ଜଷ୍ଟିସ ଅରିଜିତ ପଶାୟତଙ୍କ ନେତୃତ୍ୱରେ ଥିବା ପୁରୁଣା କମିଟି ଭଙ୍ଗ ହୋଇଛି ।

ନୂଆ କମିଟିରେ ଅବସରପ୍ରାପ୍ତ ଆଇଏସ ଜଗଦୀଶ ମହାନ୍ତି, ଅବସରପ୍ରାପ୍ତ ଆଇପିଏସ ପ୍ରକାଶ ମିଶ୍ର, ସ୍ୱାମୀ ପ୍ରଜ୍ଞାନନ୍ଦ, ହରିହର ହୋତା, ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ, ଗଜପତି ମହାରାଜଙ୍କ ପ୍ରତିନିଧି, ଏଏସଆଇ ପ୍ରତିନିଧି, ମଧୁସୂଦନ ସିଂହାରି, ଜନାର୍ଦ୍ଦନ ପାଟଜୋଷୀ ମହାପାତ୍ର, ଜଗନ୍ନାଥ ଦାସ ମହାପାତ୍ର ପ୍ରମୁଖ ସଦସ୍ୟ ଅଛନ୍ତି। କମିଟିରେ ପୁରୀ ଜିଲ୍ଲାପାଳ ସୌମେନ୍ଦ୍ର ମୁଦୁଲି ଓ ଶ୍ରୀଜଗନ୍ନାଥ ମନ୍ଦିର ମୁଖ୍ୟ ପ୍ରଶାସକ ଅଛନ୍ତି।

Leave a Reply

Your email address will not be published. Required fields are marked *