ଓଡ଼ିଶା ଲୋକସେବା ଆୟୋଗ (OPSC) ପରୀକ୍ଷା ପରୀକ୍ଷା ଘୁଞ୍ଚିବ ନାହିଁ, ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁସାରେ ପରୀକ୍ଷା ଅନୁଷ୍ଠିତ ହେବ ବୋଲି ସ୍ପଷ୍ଟ କରିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ। ପରୀକ୍ଷା ଥରେ ଘୁଞ୍ଚାଇଲେ ପୁନର୍ବାର ଆୟୋଜନ କରିବାକୁ ପ୍ରାୟ ୬ ମାସ ସମୟ ଲାଗିବ ବୋଲି ସେ କହିଛନ୍ତି। ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ଗଞ୍ଜାମ ଜିଲ୍ଲାରୁ ପ୍ରାୟ ୩୨୫ ଜଣ ଏବଂ ଅନ୍ୟ ବନ୍ୟା ପ୍ରଭାବିତ ଅଞ୍ଚଳରୁ ପ୍ରାୟ ୧୦୦ ଜଣ ପରୀକ୍ଷାର୍ଥୀ ଏହି ପରୀକ୍ଷା ଦେବେ । ପ୍ରଭାବିତ ଅଞ୍ଚଳର ସମସ୍ତ ପରୀକ୍ଷାର୍ଥୀ ଯେପରି ସୁରୁଖୁରୁରେ ପରୀକ୍ଷା କେନ୍ଦ୍ରରେ ପହଞ୍ଚିପାରିବେ, ସେଥିପାଇଁ ରାଜ୍ୟ ସରକାର ବ୍ୟବସ୍ଥା କରିବେ । ଏଥିପାଇଁ ପରୀକ୍ଷାର୍ଥୀଙ୍କୁ ପରୀକ୍ଷା କେନ୍ଦ୍ରକୁ ପହଞ୍ଚାଇବାର ଦାୟିତ୍ୱ ସମ୍ପୃକ୍ତ ବ୍ଲକ୍ ଉନ୍ନୟନ ଅଧିକାରୀ (BDO) ମାନଙ୍କୁ ଦିଆଯାଇଛି ବୋଲି ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି । Post navigation Ganjam Floods Situation: ଗଞ୍ଜାମ ଓ ଗଜପତିରେ ବନ୍ୟା ସ୍ଥିତି: ଆକାଶମାର୍ଗରୁ ରିଲିଫ୍ ବଣ୍ଟନ ପାଇଁ ନିର୍ଦ୍ଦେଶ ଦେଲେ ରାଜସ୍ୱ ମନ୍ତ୍ରୀ Sujata Rout Expresses Concern Over Flood Situation: ଗଞ୍ଜାମ ଓ ଗଜପତିରେ ବନ୍ୟା ବିପତ୍ତି: ବିପନ୍ନଙ୍କୁ ତୁରନ୍ତ ସହାୟତା ଯୋଗାଇବାକୁ ଦାବି କଲେ ସୁଜାତା ରାଉତ