ଶପଥ ଗ୍ରହଣ ପୂର୍ବରୁ ମୈତ୍ରୀବିହାରସ୍ଥିତ ଆଦିବାସୀ ଲୋକଙ୍କୁ ଭେଟି ସମସ୍ୟା ବୁଝିଲେ ନୂଆ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ନୂଆ ସରକାରଙ୍କଠାରୁ କଣ ଆଶା ରହିଛି ବୋଲି ଲୋକଙ୍କୁ ପଚାରିଛନ୍ତି।

ଏବେ ଆକ୍ସନ ମୋଡ଼ରେ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ ଚେହେରା ମୋହନ ଚରଣ ମାଝୀ। ଏଥିସହ ଶପଥ ଗ୍ରହଣ ପୂର୍ବରୁ ବରପୁତ୍ରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ସମୟରେ ମୁଖ୍ୟମନ୍ତ୍ରୀଙ୍କୁ ନିଆରା ଅନ୍ଦାଜରେ ଦେଖିବାକୁ ମିଳିଛି । ଏହି ସମୟରେ ମୋହନ ମାଝୀ ବିଭିନ୍ନ ବର୍ଗର ଲୋକଙ୍କ ସହ ମିଶିବା ସହିତ ସେମାନଙ୍କ ସମସ୍ୟା ବିଷୟରେ ପଚାରି ବୁଝିଛନ୍ତି।

ଶପଥ ନେବାକୁ ଯାଉଥିବା ବିଜେପି ସରକାର ଗରିବ, ଖଟିଖିଆଙ୍କ ସରକାର ହେବ ବୋଲି କହିଛନ୍ତି ଶ୍ରୀ ମାଝୀ । ସେପଟେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ସମସ୍ୟା ଜଣାଇଛନ୍ତି ଜନସାଧାରଣ। ନୂଆ ମୁଖ୍ୟମନ୍ତ୍ରୀ ସମସ୍ୟା ଦୂର କରିବାରେ ପଦକ୍ଷେପ ନେବେ ବୋଲି ଜନତା ଆଶା ରଖିଛନ୍ତି। ଲୋକଙ୍କ ସମସ୍ୟା ଶୁଣିବା ପରେ ସମସ୍ୟା ସମାଧାନର ପ୍ରତିଶୃତି ଦେଇଛନ୍ତି ନୂଆ ମୁଖ୍ୟମନ୍ତ୍ରୀ ମୋହନ ମାଝୀ।

Leave a Reply

Your email address will not be published. Required fields are marked *