Nepal PM expresses concern over KIIT University issue

ଭୁବନେଶ୍ୱରସ୍ଥିତ କିଟ୍ ବିଶ୍ୱବିଦ୍ୟାଳୟରେ ଜଣେ ନେପାଳୀ ବିଟେକ୍ ତୃତୀୟ ବର୍ଷର ଛାତ୍ରୀ ଙ୍କ ମୃତ୍ୟୁ ଖବର ପ୍ରକାଶ ପାଇବା ପରେ ନେପାଳ ସରକାର ଚିନ୍ତା ପ୍ରକଟ କରିଛନ୍ତି ।

ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ଏକ ବିବୃତ୍ତିରେ କହିଛନ୍ତି ଯେ ନେପାଳ ସରକାର କୂଟନୈତିକ ସ୍ତରରେ ଏହି ପ୍ରସଙ୍ଗରେ ଆଲୋଚନା କରୁଛନ୍ତି ଏବଂ ଭାରତର କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗରେ ଅଛନ୍ତି ।

ନୂଆଦିଲ୍ଲୀସ୍ଥିତ ନେପାଳ ଦୂତାବାସ ଓଡ଼ିଶାରେ ପ୍ରଭାବିତ ନେପାଳୀ ଛାତ୍ରଛାତ୍ରୀଙ୍କୁ ସୁରକ୍ଷା ଦେବା ପାଇଁ ଦୁଇ ଜଣ ଅଧିକାରୀଙ୍କୁ ପଠାଇଛି । ଏହାବ୍ୟତୀତ ସେମାନଙ୍କ ଇଚ୍ଛା ଆଧାରରେ ସେମାନେ ହଷ୍ଟେଲରେ ରହିବା କିମ୍ବା ଘରକୁ ଫେରିବାର ବିକଳ୍ପ ସୁନିଶ୍ଚିତ କରିବାର ବ୍ୟବସ୍ଥା କରାଯାଇଛି ବୋଲି ଓଲି ଏକ ବିବୃତ୍ତିରେ କହିଛନ୍ତି ।

କିଟ୍ ରେ ପ୍ରକୃତି ଲାମସାମଙ୍କ ଦୁଃଖଦ ମୃତ୍ୟୁକୁ ବିରୋଧ କରି ନେପାଳୀ ଛାତ୍ରଛାତ୍ରୀଙ୍କୁ ସମର୍ଥନ ଜଣାଇ ଏବିଭିପି ଓଡ଼ିଶାର ସଦସ୍ୟମାନେ ଆଜି ରେଳ ଷ୍ଟେସନରେ ସହ ସହ ଛାତ୍ରଛାତ୍ରୀଙ୍କୁ ଭେଟିଥିଲେ ଏବଂ ବିଶ୍ୱବିଦ୍ୟାଳୟ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

Nepal PM expresses concern over KIIT University issue

ଏହା ପୂର୍ବରୁ କିଟ୍ ପକ୍ଷରୁ ଜାରି ବିଜ୍ଞପ୍ତିରେ ନେପାଳର ସମସ୍ତ ଛାତ୍ରଛାତ୍ରୀଙ୍କୁ ତୁରନ୍ତ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ।

ବିଭିନ୍ନ ମହଲରୁ ଜନପ୍ରତିକ୍ରିୟା ଓ କ୍ଷୋଭ ପ୍ରକାଶ ପାଇବା ପରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଛାତ୍ରଛାତ୍ରୀଙ୍କୁ ଫେରିଆସିବାକୁ ନିବେଦନ କରିଥିଲେ । ଯେଉଁମାନେ ଚାଲିଯାଇଛନ୍ତି କିମ୍ବା ଯିବାକୁ ଯୋଜନା କରୁଛନ୍ତି ସେମାନଙ୍କୁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ସେମାନଙ୍କ ପ୍ରସ୍ଥାନର ପୁନର୍ବିଚାର କରିବାକୁ ନିବେଦନ କରିଛନ୍ତି ।

କିଟ୍ ବିଶ୍ୱବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ପ୍ରତି ଅସଦାଚରଣ ପରେ କାଠମାଣ୍ଡୁସ୍ଥିତ ଭାରତୀୟ ଦୂତାବାସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ନେପାଳୀ ଛାତ୍ରଛାତ୍ରୀ ।

ତେବେ ଏଇଠି ପ୍ରଶ୍ନ ଉଠୁଛି ଅନ୍ତର୍ଜାତୀୟ ଚାପରେ ଡରି ଗଲେ କି କିଟ୍‌ କର୍ତ୍ତୃପକ୍ଷ? ପ୍ରଥମେ ବିଦା କରି ପୁଣି ଫେରିବାକୁ କାହିଁକି ଅପିଲ କଲେ କର୍ତ୍ତୃପକ୍ଷ?

nepal-pm-expresses-concern-over-kiit-university-girl-students-death

By Nirvay

Leave a Reply

Your email address will not be published. Required fields are marked *