ରାଜ୍ୟରେ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ ଓ ସୁସଙ୍ଗଠିତ କରିବାକୁ ଲାଗୁ ହେବାକୁ ଯାଉଛି ଜାତୀୟ ଶିକ୍ଷା ନୀତି-୨୦୨୦ (ଏନ୍ଇପି) । ଆସନ୍ତା ଶିକ୍ଷାବର୍ଷରୁ ଜାତୀୟ ଶିକ୍ଷା ନୀତି ୨୦୨୦ ଲାଗୁ ନେଇ ଆଜି ସୂଚନା ଦେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି, ଜାନୁୟାରୀ ୨୧ରୁ ୨୩ ଯାଏଁ ହେବ ଏନ୍ଇପି କର୍ମଶାଳା । ଏନ୍ଇପି ହେଲେ ଜିରୋ ଡ୍ରପ୍ ଆଉଟ ସହ ଗୁଣାତ୍ମକ ଶିକ୍ଷା ମିଳିପାରିବ । ସେଥିପାଇଁ ମାଧୋ ସିଂ ହାତ ଖର୍ଚ୍ଚ ଯୋଜନା ବି ଲାଗୁ ହୋଇଛି । ଏଥିରେ ୧୫୬ କୋଟି ବ୍ୟୟ ବରାଦ ହୋଇଛି । ନୂତନ ଶିକ୍ଷା ନୀତି ଦ୍ୱାରା ଶିକ୍ଷା ବ୍ୟବସ୍ଥାରେ ସରଳୀକରଣ ହେବ । ପରବର୍ତ୍ତୀ ସମୟରେ ବାଲବାଟିକା ୧ ଓ ଦୁଇ ବି ନେବାକୁ ଯୋଜନା ରହିଛି। ପିଏମ୍ଶ୍ରୀ ଯୋଜନା ପାଇଁ କେନ୍ଦ୍ର ସହ ଏମ୍ଓୟୁରେ ୩୫୦ ସ୍କୁଲ ମିଳିଛି । ଏହି ଯୋଜନାରେ ଆଗକୁ ଆହୁରି ଅଧିକ ସ୍କୁଲକୁ ସାମିଲ କରିବାକୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରୁଛି । ଗୋଦାବରୀଶ ଆଦର୍ଶ ପ୍ରାଥମିକ ବିଦ୍ୟାଳୟରେ ଡିଜିଟାଲ ଶିକ୍ଷାକୁ ଗୁରୁତ୍ବ ଦିଆଯାଇଛି। ପ୍ରାଥମିକ ସ୍ତରରେ ପିଲାମାନେ ଭିତ୍ତିଠିକ ରହିବା ନେଇ ପ୍ରତି ପଞ୍ଚାୟତରେ ଗୋଦାବରୀଶ ଆଦର୍ଶ ପ୍ରାଥମିକ ବିଦ୍ୟାଳୟ କରିବାକୁ ଯାଉଛନ୍ତି ସରକାର ବୋଲି ମନ୍ତ୍ରୀ କହିଛନ୍ତି । ଅନ୍ୟପଟେ ଜାତୀୟ ଶିକ୍ଷାନୀତି ପାଇଁ ଆଜି ଷ୍ଚିଅରିଙ୍ଗ କମିଟି ଗଠନ କରିଛନ୍ତି ରାଜ୍ୟ ସରକାର । ନ୍ୟାସନାଲ ଏଜୁକେସନାଲ ପଲିସି କାର୍ଯ୍ୟକାରୀ କରିବାକୁ ୧୬ ଜଣିଆ କମିଟି ଗଠନ କରିଛନ୍ତି ରାଜ୍ୟ ସରକାର । ଏହି କମିଟିର ଅଧକ୍ଷ ଭାବେ ପ୍ରଫେସର ନିତ୍ୟାନନ୍ଦ ପ୍ରଧାନଙ୍କ ନିଯୁକ୍ତ କରାଯାଇଛି । ଏନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । Post navigation ଲିଙ୍ଗରାଜ ମନ୍ଦିର ପାଇଁ ଆସିବ ସ୍ବତନ୍ତ୍ର ଆଇନ: ଆଇନ ମନ୍ତ୍ରୀ ଠକ ହଂସିତାଙ୍କ ସ୍ବାମୀ ଅନୀଲ ନୁହେଁ ସରୋଜ ସାହୁ