ଦିଲ୍ଲୀ ବିଜୟ ପରେ ଦେଶର ରାଜନୈତିକ ମାନଚିତ୍ରରେ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି । ଏବେ ଦେଶର ୧୯ ରାଜ୍ୟ ଏବଂ ଦୁଇ କେନ୍ଦ୍ରଶାସିତ ଅଞ୍ଚଳରେ ଭାଜପା ନେତୃତ୍ବରେ ଏନଡ଼ିଏ ସରକାର । ୨୧ ରୁ ୬ ରାଜ୍ୟରେ ଏନଡିଏର ସହଯୋଗୀ ମୁଖ୍ୟ ଭୂମିକାରେ ଥିଲା ବେଳେ ୧୫ରାଜ୍ୟରେ ଡ୍ରାଇମିଂ ସିଟ୍ରେ ଭାଜପା। ଏନଡିଏ ଗଠବନ୍ଧନ ନିକଟରେ ଦେଶର ୫ ବଡ ରାଜ୍ୟ ଉତ୍ତରପ୍ରଦେଶ, ମହାରାଷ୍ଟ୍ର, ପଶ୍ଚିମବଂଗ, ବିହାର ଏବଂ ତାମିଲନାଡ଼ୁ ମଧ୍ୟରୁ ୩ ରାଜ୍ୟରେ ସରକାର । ଉତ୍ତର ପ୍ରଦେଶ ଏବଂ ମହାରାଷ୍ଟ୍ରରେ ଭାଜପାର ମୁଖ୍ୟମନ୍ତ୍ରୀ ଥିଲା ବେଳେ ବିହାରରେ ମୁଖ୍ୟମନ୍ତ୍ରୀ ଅଛନ୍ତି ଜଦୟୁର ନୀତୀଶ କୁମାର । ଉତ୍ତର-ପୂର୍ବର ୭ ରାଜ୍ୟ ମଧ୍ୟରୁ ୬ ରାଜ୍ୟ ଏବେ ଏନଡିଏ କବଜାରେ । କେବଳ ମିଜୋରାମରେ ନାହିଁ ଏନଡ଼ିଏ ସରକାର। ସେହିପରି ପାହାଡି ୩ ରାଜ୍ୟ ଜମ୍ମୁ କାଶ୍ମୀର, ଉତ୍ତରାଖଣ୍ଡ ଏବଂ ହିମାଚଳ ମଧ୍ୟରୁ କେବଳ ଉତ୍ତରାଖଣ୍ଡରେ ଅଛି ଭାଜପା ସରକାର । ଜମ୍ମୁରେ ଉମର ଅବଦୁଲ୍ଲା, ହିମାଚଳରେ ମୁଖ୍ୟମନ୍ତ୍ରୀ ଅଛନ୍ତି କଂଗ୍ରେସର ସୁଖବିନ୍ଦର ସିଂ ସୁଖୁ । ମଧ୍ୟପ୍ରଦେଶ, ଛତିଶଗଡ଼ ଏବଂ ରାଜସ୍ଥାନ ସହ ମହାରାଷ୍ଟ୍ର ଏବଂ ଗୁଜରାଟରେ ଭାଜପା ସରକାର। ୨୦୨୨ରେ ଗୁଜରାଟ ଏବଂ ୨୦୨୩ରେ ମଧ୍ୟପ୍ରଦେଶ, ଛତିଶଗଡ ଏବଂ ରାଜସ୍ଥାନରେ ଭାଜପା ସରକାର ଗଠନ କରିଥିଲା । ଗତ ନଭେମ୍ବର ୨୦୨୪ରେ ମହାରାଷ୍ଟ୍ରରେ ହାସଲ କରିଥିଲା ଭାଜପା। ୨୦୨୪ ଲୋକସଭା ନିର୍ବାଚନରେ ରେକର୍ଡ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ବନିଥିଲେ ନରେନ୍ଦ୍ର ମୋଦୀ । ୨୦୨୪ରେ ୮ ରାଜ୍ୟରେ ହୋଇଥିଲା ନିର୍ବାଚନ। ଏଥିରୁ ୫ ରାଜ୍ୟ ଆନ୍ଧ୍ରପ୍ରଦେଶ, ଅରୁଣାଚଳ,ଓଡ଼ିଶା, ହରିଆଣା ଏବଂ ମହାରାଷ୍ଟ୍ରରେ ଭାଜପା /ଏନଡିଏ ସରକାର। ରାଜନୈତିକ ମାନଚିତ୍ରରେ ଉତ୍ତରଭାରତର ବିହାର ଏବଂ ଉତ୍ତରପ୍ରଦେଶ ଏନ୍.ଏ କବ୍ଜାରେ। ଝାଡ଼ଖଣ୍ଡ, ପଶ୍ଚିମବଂଗ ଏନ୍ଡ଼ିଏ ହାତରେ ନଥିଲା ବେଳେ ଦକ୍ଷିଣ ଭାରତର ୫ ରୁ ୪ ରାଜ୍ୟରେ ବିରୋଧୀ ଦଳର ସରକାର। ଆନ୍ଧ୍ରରେ କେବଳ ଏନଡିଏ ସରକାର । Post navigation ବାରବାଟୀ ବିଭ୍ରାଟ: ଓସିଏର ବିଚିତ୍ର ସ୍ପଷ୍ଟୀକରଣ, ଆକ୍ସନ ମୋଡ଼ରେ ସରକାର ବୈଜୟନ୍ତ ବାବୁ ଖୁସ୍ ହୁଆ !