ଆଜି ବସିବା ବିଜେଡିର ସଂସଦୀୟ ଦଳ ବୈଠକ । ବିଜେଡି ସୁପ୍ରିମୋଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ ରାଜ୍ୟସଭାରେ ବିଜେଡିର ରଣନୀତି ସଂପର୍କରେ ଚର୍ଚ୍ଚା କରିବା ପାଇଁ ସାଂସଦମାନଙ୍କ ସହିତ ବିଜେଡି ସୁପ୍ରିମୋ ‌ନବୀନ ପଟ୍ଟନାୟକ ଆଜି ବୈଠକ କରିବେ। ଏହି ବୈଠକରେ ସାମିଲ ହେବେ ୯ ରାଜ୍ୟସଭା ସାଂସଦ । ନବୀନ ନିବାସରେ ହେବାକୁ ଥିବା ବୈଠକରେ ଦଳର ଆଗାମୀ ରଣନୀତି ନେଇ ଆଲୋଚନା ହେବ । ଜୁନ ୨୭ରୁ ୩ ଜୁଲାଇ ପର୍ଯ୍ୟନ୍ତ ରାଜ୍ୟସଭା ଅଧିବେଶନ ବସିବାକୁ ଯାଉଛି । ତା ପୂର୍ବରୁ ସଂସଦରେ ଦଳର ଆଭିମୁଖ୍ୟକୁ ସ୍ପଷ୍ଟ କରିବା ପାଇଁ ସୁପ୍ରିମୋ ଏହି ବୈଠକ ଡାକିଥିବା ଜଣାପଡ଼ିଛି ।

କେନ୍ଦ୍ର ସରକାରଙ୍କୁ ବିଜେଡି ପ୍ରସଙ୍ଗ ଭିତ୍ତିକ ସମର୍ଥନ ଦେବ ନା ନାହିଁ ସେ ସଂପର୍କରେ ଆଲୋଚନା ହେବ । ଏଥର ଲୋକସଭା ନିର୍ବାଚନରେ ବିଜେଡିର ଜଣେ ସାଂସଦ ଜିତିନାହାନ୍ତି । କିନ୍ତୁ ରାଜ୍ୟସଭାରେ ୯ ଜଣ ସଦସ୍ୟ ଅଛନ୍ତି । ନବୀନ ସାଂସଦଙ୍କୁ କେଉଁ ଦିଶାନିର୍ଦ୍ଦେଶ ଦେଉଛନ୍ତି ତାକୁ ଅପେକ୍ଷା । ରାଜ୍ୟସ୍ବାର୍ଥ ପାଇଁ ଦଳ ଲଢ଼େଇ କରିବ ବୋଲି ବିଜେଡି କହିଛନ୍ତି । ଅନ୍ୟପଟେ ଲୋକସଭାରେ ବିଜେଡି ସଦସ୍ୟ ନଥିବାରୁ ରାଜ୍ୟସଭା ଉପରେ ନଜର ରହିଛି ।

Leave a Reply

Your email address will not be published. Required fields are marked *