ମୋଦିଙ୍କୁ ଜବାବ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ଓଡ଼ିଶା ଗସ୍ତରେ ଆସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିଲେ ଯେ, ଜୁନ୍ ୪ରେ ଏଠାରେ ବିଜେଡି ସରକାରର ଏକ୍ସପାଏରୀ ଡେଟ୍ ଲେଖାଯାଇଛି। ଜୁନ୍ ୬ରେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଚୟନ କରାଯିବ। ଜୁନ୍ ୧୦ରେ ବିଜେପି ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ହେବ। ବିଜେପି ମୁଖ୍ୟମନ୍ତ୍ରୀଙ୍କ ଶପଥ ସମାରୋହକୁ ନିମନ୍ତ୍ରଣ ଦେବାକୁ ମୁଁ ଆସିଛି। ତେବେ ଏକ ଭିଡିଓ ଜାରି କରି ଏହାର ଉତ୍ତର ରଖିଛନ୍ତି ନବୀନ। ନବୀନ କହିଛନ୍ତି ବହୁଦିନ ହେଲା ବିଜେପି ଦିନରେ ସ୍ୱପନ ଦେଖୁଛି ଯାହା ସତ ହେବନି। ଏହି ଭିଡ଼ିଓରେ ବିଜେଡି ନେତା ଭିକେ ପାଣ୍ଡିଆନ ପଚାରୁଛନ୍ତି ଯେ ସାର୍ ବିଜେପି ଏଥର ଓଡ଼ିଶାରେ ସରକାର ଗଠନ କରିବ କହୁଛନ୍ତି। ଏହାପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହୁଛନ୍ତି ବିଜେପି ବହୁଦିନ ହେଲା ଦିନରେ ସ୍ବପ୍ନ ଦେଖୁଛନ୍ତି। ତେବେ ନବୀନଙ୍କ ଏହି ପଦିଏ କଥା ରାଜନୈତିକ ତାତିକୁ ଅଧିକ ବଢେଇ ଦେଇଛି।