ନବୀନଙ୍କୁ ଗୃହବନ୍ଦୀ କରି ରଖିଛନ୍ତି ମୁଖ୍ୟ ପରାମର୍ଶଦାତା। ସରକାରରେ ଥିଲାବେଳେ ବି ରଖିଥିଲେ, ଆଉ ସରକାରରୁ ହଟିଲା ପରେ ବି ରଖିଛନ୍ତି। ଏହି ଭଳି ଆଜି ମନ୍ତବ୍ୟ ଦେଇଛନ୍ତି କଂଗ୍ରେସର ବରିଷ୍ଠ ନେତା ନରସିଂହ ମିଶ୍ର। ୱକଫ ବିଲରେ ବିଜେଡିର ସ୍ପ୍ଲିଟ୍ ଭୋଟିଂ ନେଇ ମନ୍ତବ୍ୟ ଦେବା ବେଳେ ନରସିଂହ ମିଶ୍ର ସିଧାସଳଖ ପାଣ୍ଡିଆନଙ୍କ ନାଁ ନ ନେଇ ମୁଖ୍ୟ ପରାମର୍ଶଦାତା ନବୀନଙ୍କୁ ଗୃହବନ୍ଦୀ କରି ରଖିଛନ୍ତି ବୋଲି ପାଣ୍ଡିଆନଙ୍କୁ ଟାର୍ଗେଟ କରିଛନ୍ତି ।

ସେ କହିଛନ୍ତି ବିଜେଡି ତଳକୁ ତଳକୁ ଯାଉଛି ଓ ବିଜେପି ଉପରକୁ ଉଠୁଛି ବୋଲି ମୁଁ ପୂର୍ବାନୂମାନ କରିଥିଲି। ନିର୍ବାଚନ ଫଳାଫଳ ପରେ ଏହା ସ୍ପଷ୍ଟ ହୋଇଛି। ନବୀନ ପଟ୍ଟନାୟକ ୱାକଫ ବିଲରେ ବିଜେପିକୁ ବିରୋଧ କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ଇଦରେ ମୁସଲିମ ମାନଙ୍କୁ ମଧ୍ୟ ବିଜେଡି ମୁଖିଆ ବିରୋଧ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ତେବେ ଯେଉଁଭଳି ଢଙ୍ଗରେ ଭୋଟିଂ ପୂର୍ବରୁ ରାଜ୍ୟସଭାର ବିଜେଡି ସାଂସଦମାନଙ୍କୁ ମେସେଜ ଦିଆଗଲା କି ବିବେକ ଅନୁସାରେ ଭୋଟ ଦିଅନ୍ତୁ। ଉଭୟ ବିଜେପି ଓ ବିଜେଡି ଦଳ ମଧ୍ୟରେ କୌଣସି ଡିଲ କରିଛନ୍ତି ।

ସେ ଆଉ ମଧ୍ୟ କହିଛନ୍ତି ମୁଖ୍ୟ ପରାମର୍ଶଦାତାଙ୍କ ଇସାରାରେ ସବୁ ନିଷ୍ପତି ନିଆଯାଇଛି। ନବୀନଙ୍କୁ ଗୃହବନ୍ଦୀ କରି ରଖିଛନ୍ତି ମୁଖ୍ୟ ପରାମର୍ଶଦାତା ।ପୂର୍ବରୁ ବି ରଖିଥିଲେ, ଆଉ ଏବେବି ରଖିଛନ୍ତି। ନବୀନଙ୍କୁ ଦିଲ୍ଲୀ ନେଇ ବ୍ଲାକ୍ ଡିଲ୍ କରିଛନ୍ତି। ମିଳିତ ମନ୍ତ୍ରୀମଣ୍ଡଳ କରିବାକୁ ଯୋଜନା କରିଛନ୍ତି ବୋଲି କହିଲେ ନରସିଂହ”।

Leave a Reply

Your email address will not be published. Required fields are marked *