Nandankanan welcomes 58 new guests from 14 Species

ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଆସିଛନ୍ତି ୧୪ ପ୍ରଜାତିର ୫୮ଟି ବିଦେଶୀ ପ୍ରାଣୀ। ଗୁଜୁରାଟର ‘ରାଧା କୃଷ୍ଣ ମନ୍ଦିର ହାତୀ କଲ୍ୟାଣ ଟ୍ରଷ୍ଟ’ ପକ୍ଷରୁ ଏହି ପ୍ରାଣୀଗୁଡ଼ିକୁ ନନ୍ଦନକାନନକୁ ଦାନ କରାଯାଇଛି ।

ଏହି ନୂଆ ଅତିଥିମାନଙ୍କ ମଧ୍ୟରେ ୪ଟି ଜେବ୍ରା ଓ ୪ଟି କଙ୍ଗାରୁ ସମେତ ୧୪ ପ୍ରଜାତିର ମୋଟ ୫୮ଟି ବିଦେଶୀ ପ୍ରାଣୀ ରହିଛନ୍ତି। ଏହି ପ୍ରାଣୀମାନଙ୍କ ଆଗମନ ପରେ ନନ୍ଦନକାନନରେ ଥିବା ପ୍ରାଣୀ ପ୍ରଜାତିର ସଂଖ୍ୟା ବୃଦ୍ଧି ପାଇଛି ।

ବର୍ତ୍ତମାନ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ମୋଟ ୧୮୮ ପ୍ରଜାତିର ପ୍ରାଣୀ ରହିଛନ୍ତି ।

By Nirvay

Leave a Reply

Your email address will not be published. Required fields are marked *