ବହୁ ବାଦ ବିବାଦ ପରେ ଆଜି କେନ୍ଦ୍ର ଗୃହମନ୍ତ୍ରଣାଳୟ ତରଫରୁ ଦେଶରେ ନାଗରିକତା ସଂଶୋଧନ ବିଧେୟକ ଲାଗୁ ହୋଇଛି । ଲୋକସଭା ନିର୍ବାଚନ ପୂର୍ବରୁ କେନ୍ଦ୍ର ସରକାରଙ୍କର ଏହା ଏକ ବଡ ପଦକ୍ଷେପ ବୋଲି କୁହାଯାଇଛି । ଏବେ ଏହି ଆଇନ ମାଧ୍ୟମରେ ଭାରତର ୩ ପଡୋଶୀ ଦେଶର ଅଳ୍ପ ସଂଖ୍ୟକମାନଙ୍କୁ ଭାରତର ନାଗରିକତା ମିଳିପାରିବ । ଏନେଇ ସେମାନଙ୍କୁ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ଅନଲାଇନ ପୋର୍ଟାଲରେ ଆବେଦନ କରିପାରିବେ ।

ଗୃହମନ୍ତ୍ରୀ ଅମିତ ଶାହା କିଛିଦିନ ତଳେ ଏକ ନିର୍ବାଚନୀ ରାଲିରେ କହିଥିଲେ କି ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ଦେଶରେ ନାଗରିକତା ସଂଶୋଧନ ଆଇନ ଲାଗୁ ହେବାକୁ ଯାଉଛି । ଏବେ କେନ୍ଦ୍ର ସରକାର ଏନେଇ ଏକ ବିଜ୍ଞପ୍ତି ଜାରି କରି ସିଏଏ ଆଇନ ଲାଗୁ କରିଛନ୍ତି ।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *