ଭଦ୍ରକ ଜିଲ୍ଲା ଚାନ୍ଦବାଲି ଠାରେ ଜଣେ ନାବାଳିକା ଦିବ୍ୟାଙ୍ଗଙ୍କୁ ଦୁଷ୍କର୍ମ ଓ ହତ୍ୟା ପରି ଏକ ଅତ୍ୟନ୍ତ ଅଭାବନୀୟ ଘଟଣା ଘଟିଯାଇଛି। ରାଜ୍ୟରେ କ୍ରମବଦ୍ଧିଷ୍ଣୁ ନାରୀ ନିର୍ଯାତନାର ଏହା ଅଉ ଏକ ଉଦାହରଣ। ଉକ୍ତ ଦିବଙ୍ଗତା ନାବାଳିକାଙ୍କ ପରିବାରକୁ ସମବେଦନା ଜଣାଇବା ସହ ନାରୀ ନିର୍ଯାତନା ବିରୋଧରେ ଜନସଚେତନତା ସୃଷ୍ଟି କରିବାର ଲକ୍ଷ୍ୟ ନେଇ ପିସିସି ସଭାପତି ଭକ୍ତଚରଣ ଦାସଙ୍କ ନେତୃତ୍ୱରେ ଏକ ପ୍ରତିନଧି ଦଳ ଆସନ୍ତା ୨୭ ତାରିଖ ଶନିବାର ପୂର୍ବାହ୍ନ ୯ଟାରେ କଂଗ୍ରେସ ଭବନରୁ ବାହାରି କଟକ, ସାଲେପୁର, କେନ୍ଦ୍ରାପଡା, ପଟାମୁଣ୍ଡାଇ, ଆଳି ଓ ରାଜକନିକା ହୋଇ ଚାନ୍ଦବାଲିରେ ମଧ୍ୟାହ୍ନ ବେଳକୁ ପହଂଚିବେ। ଉକ୍ତ ପ୍ରତିନିଧି ଦଳରେ ଅନ୍ୟମାନଙ୍କ ମଧ୍ୟରେ ପିସିସିର ପୂର୍ବତନ ସଭାପତି ଜୟଦେବ ଜେନା ଓ ପ୍ରସାଦ ହରିଚନ୍ଦନ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା, ପୂର୍ବତନମନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକ ଓ ପଞ୍ଚାନନ କାନୁନ୍ଗୋ, ପୂର୍ବତନ ସାଂସଦ ଅନନ୍ତ ପ୍ରସାଦ ସେଠୀ, ପିସିସି ଉପସଭାପତି ଦେବାଶିଷ ପଟ୍ଟନାୟକ, ବିଧାୟକ ଅଶୋକ ଦାସ, ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ମିନାକ୍ଷୀ ବାହିନିପତି, ଅସିତ ପଟ୍ଟନାୟକ, ଅମୀୟ ମହାପାତ୍ର, କଟକ, କେନ୍ଦ୍ରାପଡା ଓ ଭଦ୍ରକର ଡିସିସି ସଭାପତିବୃନ୍ଦ, ତଥା ଆଇନ୍ଜୀବୀ ଶାନ୍ତାୟନ ମିଶ୍ର, ଲାଟେନ୍ଦୁ ଦାସ, ନିଶିକାନ୍ତ ମିଶ୍ର, ଅମ୍ରିତା ଦାସ ଓ ବିପ୍ଳବ ଶିଳାଦିତ୍ୟ, ମଧୁସ୍ମିତାପଣ୍ଡା ସେଠୀ ପ୍ରମୁଖ ଚାନ୍ଦବାଲି ଗସ୍ତ କରିବେ। ଅପରାହ୍ନ ୩ଟାରେ ଉକ୍ତ ପ୍ରତିନିଧି ଦଳ ଭଦ୍ରକ ଆସି ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । Post navigation Gold Price Hike: ଉପରମୁହାଁ ସୁନାଦର; ୧୦ ଗ୍ରାମ୍ ଦର ୨୪ ଶହ ଟଙ୍କା ବୃଦ୍ଧି