ଓଡ଼ିଶାରେ ମେଟ୍ରୋ ପ୍ରକଳ୍ପ ବନ୍ଦ ହୋଇନାହିଁ, ବରଂ ନୂଆ ରୂପରେ ଆସିବ ବୋଲି ସ୍ପଷ୍ଟ କରିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର । ପୁରୀ, ଭୁବନେଶ୍ୱର ଓ କଟକ — ଏହି ତିନି ସହରକୁ ନେଇ ବୃହତ ମେଟ୍ରୋ ପରିକଳ୍ପନା କରାଯାଇଛି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି । କେବଳ ଭୁବନେଶ୍ୱର ନୁହେଁ, ପୁରୀ, ଭୁବନେଶ୍ୱର ଓ କଟକକୁ ମିଶାଇ ଏକ ସମନ୍ୱିତ ମେଟ୍ରୋ କରିଡର ପରିକଳ୍ପନା କରାଯାଉଛି। ଏହା ଦ୍ୱାରା ତିନି ସହର ମଧ୍ୟରେ ଯାତାୟାତ ସୁଗମ ହେବା ସହ ପର୍ଯ୍ୟଟନ ଓ ବ୍ୟବସାୟକୁ ପ୍ରୋତ୍ସାହନ ମିଳିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି । ଏଥିରେ ରାଜ୍ୟର ସବୁ ପ୍ରକାର ଇକୋନୋମିକ ଗ୍ରୋଥ ହେବ। ମେଟ୍ରୋ କେବଳ ଗମନାଗମନ ନୁହେଁ, ରୋଜଗାର, ରିୟଲ ଇଷ୍ଟେଟ, ବ୍ୟବସାୟ ଓ ସେବା କ୍ଷେତ୍ରକୁ ବି ଆଗକୁ ନେବ,” ବୋଲି ମନ୍ତ୍ରୀ ମତ ରଖିଛନ୍ତି । ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ ରାଜ୍ୟ ସରକାର ମେଟ୍ରୋ ବିରୋଧରେ ନାହାନ୍ତି । ସରକାର ମେଟ୍ରୋ କରିବାକୁ ଚାହୁଁଛନ୍ତି । କିନ୍ତୁ ବିକଳ୍ପ ରାସ୍ତା ନ କରି ମେଟ୍ରୋ କଲେ, ନିର୍ମାଣ ସମୟରେ ଲୋକେ ହନ୍ତସନ୍ତ ହେବେ । ଟ୍ରାଫିକ ଜାମ ଓ ଜନ ଅସୁବିଧାକୁ ଏଡ଼ାଇବା ପାଇଁ ପ୍ରଥମେ ବିକଳ୍ପ ରାସ୍ତା ଦରକାର । ମେଟ୍ରୋ ଭଳି ବଡ଼ ପ୍ରକଳ୍ପ ପାଇଁ କେନ୍ଦ୍ର ସରକାରଙ୍କ ଆର୍ଥିକ ଓ ବୈଷୟିକ ସହାୟତା ଆବଶ୍ୟକ ବୋଲି ମନ୍ତ୍ରୀ କହିଛନ୍ତି । Post navigation Matric Certificates to Be Issued in Odia: ଗଣଶିକ୍ଷା ମନ୍ତ୍ରୀଙ୍କ ବଡ଼ ସୂଚନା; ପ୍ରଥମଥର ଛାତ୍ରଛାତ୍ରୀଙ୍କୁ ଓଡ଼ିଆରେ ମିଳିବ ମାଟ୍ରିକ୍ ସାର୍ଟିଫିକେଟ୍ PMGSY-IV Launched in Rayagada: ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ୮୯୮ଟି ଗାଁ ପାଇଁ ୧୭୦୦ କୋଟି ଟଙ୍କାରୁ ଉର୍ଦ୍ଧ୍ଵ ବ୍ୟୟ ବରାଦ