Matric Certificates to Be Issued in Odia BSE
ଓଡ଼ିଶାର ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର । ମାତୃଭାଷା ଓଡ଼ିଆକୁ ନେଇ ମାଧ୍ୟମିକ ଶିକ୍ଷା ପରିଷଦ (BSE) ପକ୍ଷରୁ ବଡ଼  ପଦକ୍ଷେପ ଗ୍ରହଣ କରାଯାଇଛି । ଚଳିତ ବର୍ଷଠାରୁ ପ୍ରଥମଥର ପାଇଁ ମାଟ୍ରିକ ପାସ ପିଲାମାନଙ୍କୁ ଓଡ଼ିଆ ଭାଷାରେ ସାର୍ଟିଫିକେଟ୍ ମିଳିବ । ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଆଜି ଏହି ସୂଚନା ଦେଇଛନ୍ତି ।
 
ଏଣିକି ମାଟ୍ରିକ ସାର୍ଟିଫିକେଟ୍ ଉଭୟ ଓଡ଼ିଆ ଓ ଇଂରାଜୀ ଭାଷାରେ ଉପଲବ୍ଧ ହେବ। ଏହା ଦ୍ୱାରା ଛାତ୍ରଛାତ୍ରୀ ନିଜ ମାତୃଭାଷାରେ ପ୍ରମାଣପତ୍ର ପାଇବାର ଗୌରବ ଅନୁଭବ କରିବେ । ଏଥିସହ ଗ୍ରାମାଞ୍ଚଳ ଓ ଓଡ଼ିଆ ମାଧ୍ୟମର ପିଲାମାନେ ସାର୍ଟିଫିକେଟର ବିଷୟବସ୍ତୁ ସହଜରେ ବୁଝିପାରିବେ ।
 
ମନ୍ତ୍ରୀ ଗଣ୍ଡ ସୂଚନା ଦେଇଛନ୍ତି ଯେ, କାଲି ଅପରାହ୍ଣରେ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇବ । ଏହା ସହିତ ଷ୍ଟେଟ୍ ଓପନ୍ ସ୍କୁଲ ଓ ମଧ୍ୟମା ପରୀକ୍ଷାର ରେଜଲ୍ଟ ମଧ୍ୟ ପ୍ରକାଶ କରାଯିବ । ଛାତ୍ରଛାତ୍ରୀମାନେ ମାଧ୍ୟମିକ ଶିକ୍ଷା ପରିଷଦର ୱେବସାଇଟ୍ www.bseodisha.ac.in ରେ ନିଜର ରୋଲ ନମ୍ବର ଓ ଜନ୍ମ ତାରିଖ ଦେଇ ରେଜଲ୍ଟ ଦେଖିପାରିବେ ।

By Nirvay

Leave a Reply

Your email address will not be published. Required fields are marked *